ଏମ୍ସିଏଲରେ କୋଇଲାର ଗୁଣାତ୍ମକମାନକୁ ନେଇ ବୈଠକ 

 ସମ୍ବଲପୁର : ଏମ୍ସିଏଲ୍ ପକ୍ଷରୁ କୋଇଲାର ଗୁଣାତ୍ମକ ମାନର ସୁନିଶ୍ଚିତତା, ସ୍ୱଚ୍ଛତା ଏବଂ କ୍ଷେତ୍ର ସ୍ତରରେ ସଠିକ୍ ପରୀକ୍ଷଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କମ୍ପାନୀର ମୁଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କମ୍ପାନୀର ନିଦେ୍ର୍ଦଶକ (ବୈଷୟିକ ଓ ପରିଚାଳନା) ଯୁଗଳ କିଶୋର ବୋର୍ହା ଅଧ୍ୟକ୍ଷତା କରିଥିଲେ । ବିଶ୍ୱସନୀୟତା ଏବଂ ନିରନ୍ତରତାକୁ ବଜାୟ ରଖିବା ପାଇଁ କଠିଣ ଯାଞ୍ଚ ଏବଂ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିବା ସହିତ ଗୁଣମାନକୁ ବଜାୟ ରଖିବା ପାଇଁ କ୍ଷେତ୍ରସ୍ତରର ମାନକ ପରିଚାଳନାମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ କ୍ୱାଲିଟି କାଉନ୍ସିଲ ଅଫ୍ ଇଣ୍ଡିଆ, କୁ୍ୟଏସ୍ଏସ୍ ପ୍ରା. ଲିମିଟେଡ଼, କେସିଏସ୍ ପ୍ରା. ଲିମିଟେଡ଼, ଓଟେକ୍ନା ପ୍ରା. ଲିମିଟେଡ଼ ପ୍ରଭୃତି ପିଭିସି ତାଲିକାଭୁକ୍ତ ତୃତୀୟ ପକ୍ଷ ସଂସ୍ଥାନର ପ୍ରତିନିଧି ଏବଂ ଏମ୍ସିଏଲ୍ର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।