ଶୈବ ପୀଠରେ କାଉଡିଆଙ୍କ ଜଳ ଲାଗି 

 ହିଞ୍ଜିଳିକାଟୁ :  ଧାରା ଶ୍ରାବଣରେ ଧାର୍ମିକ ପଦଯାତ୍ରା ସକାଶେ କାଉଡିଆମାନେ ନିଜର ମାନସିକ ପୁରଣ କରିବା ଲାଗି ବୋଲବମ ଯାତ୍ରା କରିଥାନ୍ତି  । ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ପ୍ରଥମ ସୋମବାର ସକାଶେ କାଉଡିଆମାନେ ବିଭିନ୍ନ ପବିତ୍ର ନଦୀରୁ ଜଳ ଧାରଣ କରି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଶୈବପୀଠ ଗୁଡିକରେ ଜଳଲାଗି କରିଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳ  ଲକ୍ଷ୍ମୀ ବଜାର ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ ସଂଘର ଶତାଧିକ କାଉଡିଆ ରବିବାର ରାତିରେ ଆସିକା ଋଷିକୂଲ୍ୟା ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ପହଞ୍ଚô ପୁରୋହିତଙ୍କ ପୂଜା ହୋମାଦି ସହ ମହା ମୃତୁ୍ୟଞ୍ଜୟ ମନ୍ତ୍ର ପାଠ ପୂର୍ବକ କଳସରେ ଜଳ ଧାରଣ କରିବା ସହ ଚନ୍ଦନ, କର୍ପୁର ଓ ବିଭିନ୍ନ ସୁବାଷିତ ମହୋଷଧି ମିଶ୍ରଣ ପୂର୍ବକ ବାହୁଙ୍ଗିରେ ପୂର୍ଣ୍ଣକୁମ୍ଭ କଳସକୁ କାନ୍ଧରେ ବୋହି ବୋଲବମ ହରହର ବମ, ଜଟିଆ ବାବା ପାର୍ କରେଗା ସମେତ ଶିବ ନାମ ଜପ କରି ହିଞ୍ଜିଳିକାଟୁ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର  ମହାଦେବଙ୍କ ପୀଠ ଠାରେ ପହଞ୍ଚô ଜଳ ଲାଗି କରିଥିଲେ । ମନ୍ଦିର ପରିସରରେ ହବିଷାନ୍ନ ବ୍ୟଞ୍ଜନ ପ୍ରସ୍ତୁତି ପୂର୍ବକ ପ୍ରସାଦ ସେବନ କରି ଅପରାହ୍ନରେ ନିଜ ନିଜ ଗୃହକ ପ୍ରତ୍ୟାଗମନ କରିଥିଲେ ।  ଅନୁରୂପ ଭାବେ ହିଞ୍ଜିଳିକାଟୁ ରେଗିଡି ସାହି ବୋଲବମ ସଂଘ ପକ୍ଷରୁ ଜାମୁନୀ ଋଷିକୂଲ୍ୟା ନଦୀରୁ ପବିତ୍ର ଜଳ ଧାରଣ କରି ନୂଆଗଡ ବାଲୁଙ୍କେଶ୍ୱର ପୀଠରେ ଜଳଲାଗି କରିଥିଲେ । ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ଶୈବପୀଠ ଗୁଡିକରେ ଦିନତମାମ ଭକ୍ତଙ୍କ ଭିଡ ଲାଗି ରହିଥିଲା । ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର କମିଟି, ପୁଲିସ ପ୍ରଶାସନ ଓ ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ବ୍ୟାପକ ସୁବନେ୍ଦାବସ୍ତ କରାଯାଇଥିଲା ।