ସର୍ପାଘାତରେ ଯୁବକ ମୃତ

 ବଲାଙ୍ଗିର : ସାପ କାମୁଡ଼ାରେ ଯୁବକଙ୍କ ମୃତୁ୍ୟ  । ମୃତ ଯୁବକ ଜଣକ ଟିଟିଲାଗଡ଼ ନିକଟସ୍ଥ ସିଆଲ ଝୁଢୁଙ୍ଗି ଗ୍ରାମର ବାବୁଲାଲ ଜେନା ବୋଲି ଜଣା ପଡ଼ିଛି  । ପୁଲିସ ଶବକୁ ଜବତ୍ କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି  । ମିଳିଥିବା ସୂଚନା ଅନୁସାରେ ରାତି ଦୁଇଟାରେ ବାବୁଲାଲଙ୍କୁ ସାପ କାମୁଡ଼ିବା ପରେ ମତେ ଭଲ ଲାଗୁନାହିିଁ ବୋଲି କହିବାରୁ ତାଙ୍କୁ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା  । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା  । ଏଠାରେ ଚିକିସôାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ଘଟିଥିବା ଜଣାପଡ଼ିଛି  । ତେବେ ସାପ କାମୁଡ଼ାରେ ମୂଲ୍ୟବାନ ଜୀବନ ଚାଲି ଯାଉଥିବାରୁ ବର୍ଷା ଋତୁରେ ସମସ୍ତେ ସଚେତନ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି  ।