ଜିଲ୍ଲାପାଳଙ୍କ ଜନଶୁଣାଣି 

 ଭଦ୍ରକ : ଭଦ୍ରକ ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି । ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସରୋଜ କାନ୍ତ ଦତ୍ତ,ମୂଖ୍ୟ ଚିକିସôା ଅଧିକାରୀ ଡ ସୁଧିରଞ୍ଜନ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତି,ପଞ୍ଚାୟତ ସମିତି ଅଧ୍ୟକ୍ଷ । ଉର୍ମିଳା ନାୟକ,ଡେପୁଟି କଲେକ୍ଟର ଶ୍ରୀ ଜ୍ଞାନ ରଂଜନ ସାହୁ , ଗୋଷ୍ଟି ଉନ୍ନୟନ ଅଧିକାରୀ ଓ  ଭାରପ୍ରାପ୍ତ ତହସିଲଦାର ରଶ୍ମି ରଂଜନ ମଲ୍ଲିକ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ଶିବିରରେ ମୋଟ ୫୭ ଆବେଦନ ପତ୍ର ଦାଖଲ ହୋଇଥିଲା । ସେଥିରୁ ୪୭ ଟି ବ୍ୟକ୍ତିଗତ ଥିଲାବେଳେ , ୮ଟି ସାମୁହିକ ଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍  ପାଣ୍ଠି ରୁ ୨ ଜଣଙ୍କୁ ୨୦୦୦୦ ଟଙ୍କା  ପ୍ରଦାନ କରାଯାଇଥିଲା ।