‘ଜିଲ୍ଲାରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ’

ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଡାଇରିଆ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି । ସଂକ୍ରମଣ ଯେପରି ନ ବ୍ୟାପିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି  । ଜଳ ଉତ୍ସ ଗୁଡ଼ିକ ବିଶୋଧନ କରାଯାଇଛି  । ନିୟମିତ ବଜାରରେ ମିଳୁଥିବା ଖାଦ୍ୟ ପଦାର୍ଥର ଯାଞ୍ଚ ହେବା ସହ ବାସି ଖାଦ୍ୟ ବିକ୍ରି ହେଉଥିବା ଦୋକାନକୁ ସିଲ୍ କରାଯାଇ ଜୋରିମାନା ଆଦାୟ କରାଯାଉଛି  । ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି  । ଡାଇରିଆ ମୁକାବିଲା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଅଧିକ ଡାକ୍ତରଙ୍କୁ ନିୟୋଜିତ କରିବା ସହ ଆବଶ୍ୟକୀୟ ଔଷଧ ଗଚ୍ଛିତ ରଖାଯାଇଛି  । ଜିଲ୍ଲାର ଭୁବନ ବ୍ଲକର ପଳାଶପିଠିଆ ଗ୍ରାମରେ ୨୦ ଜଣ ଡାଇରିଆରେ ସଂକ୍ରମିତ ହେଇଥିବା ନେଇ ଖବର ପ୍ରକାଶ ପାଇଥିଲା  । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଞ୍ଜୟ ମହାପାତ୍ର ମଠକରଗୋଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ସେଠାରେ ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନରୁ ଏହା ଜଣାପଡିଛି ଯେ, ସେହି ଅଞ୍ଚଳରେ ୮ଜୁଲାଇରୁ ୧୧ ଜୁଲାଇ ମଧ୍ୟରେ ୮ ଜଣ ବ୍ୟକ୍ତି ଡାଇରିଆ ପାଇଁ ଏଠାରେ  ଚିକିତ୍ସିତ ହେଉଥିଲେ ଏବଂ ଆଜି ତା୧୨/୦୭/୨୫ରିଖ ସୁଦ୍ଧା ସେମାନେ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ବି ଡାଇରିଆ ଆକ୍ରାନ୍ତ ରୋଗୀ ଆଡମିଟ୍ ହୋଇନାହାନ୍ତି  । ତେଣୁ ଜନୈକ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ରୂପେ ମିଥ୍ୟା ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି । ଏହା ସହିତ ଜିଲ୍ଲା ପ୍ରଶାସନ ଦୃଢ଼ତାର ସହ ଡାଇରିଆ ସଂକ୍ରମଣର ମୁକାବିଲା କରୁଛି ଏବଂ ଜିଲ୍ଲାରେ ଦିନକୁ ଦିନ ଡାଇରିଆ ସଂକ୍ରମଣ ହ୍ରାସ ପାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା