ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ
ବାଲେଶ୍ୱର : ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣା ଯାହା ଆଜି ସାରା ଭାରତ ବର୍ଷରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉକ୍ତ ମହାବିଦ୍ୟାଳୟ ଛାତ୍ରୀ ଏବିଭିପିର ସଦସ୍ୟା ଏବଂ ରାଷ୍ଟ୍ରୀୟ କଳା ମଞ୍ଚ ବାଲେଶ୍ୱର ଜିଲ୍ଲା ସଂଯଯୋକ ଥିବା ସତ୍ତ୍ୱେ ପ୍ରିନସିପାଲ ଏବଂ ଏଚଓଡିଙ୍କ ନିର୍ଯାତନା ର ଶିକାର ହେଇ ଆତ୍ମହୁତି କଲା । ଉକ୍ତ ଛାତ୍ରୀ ବାରମ୍ବାର ଶିକ୍ଷାମନ୍ତ୍ରୀ ,ମୁଖ୍ୟମନ୍ତ୍ରୀ ଏବଂ ସାଂସଦଙ୍କୁ ଏହି ଘଟଣା ବାବଦରେ ଅବଗତ କରିବା ପରେ ବି ତାକୁ ଉଚିତ୍ ନ୍ୟାୟ ମିଳିପାରିଲା ନାହିଁ । ତେଣୁ ଏହି ପ୍ରତିବାଦରେ ଉଭୟ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ ପକ୍ଷରୁ ସାନ ଭଉଣୀ ସୌମ୍ୟାଶ୍ରୀଙ୍କୁ ଉଚିତ୍ ନ୍ୟାୟ ଦାବିରେ ବାଲେଶ୍ୱର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ପୂର୍ବତନ ସଭାପତି ଗୌତମ ସାହୁ ,ଯୁବନେତା ସରୋଜ ଲେଙ୍କା. ଜÿିଲ୍ଲା ପରିଷଦ ବାବାଜୀ ଦେହୁରୀ,ଜÿିଲ୍ଲା କଂଗ୍ରେସ ମୁଖପାତ୍ର ସୁଧାଂଶୁ ଜେନା, ଛାତ୍ର ନେତା ରାଧାନାଥ ସାହୁ , ଜଗନ୍ନାଥ ମହାପାତ୍ର ,ରଞ୍ଜିତ ପାତ୍ର , ସୌମ୍ୟା ମହାକୁଡ ଆଶିଷ ଜେନା , ଅଶ୍ୱିନୀ ପାତ୍ର , ମୁନା ନାଗ ,ଶ୍ରୀକାନ୍ତ ବାଗୁଡେଇ, ମହିଳା କଂଗ୍ରେସ ନେତ୍ରୀ ଅର୍ଚ୍ଚନା ନନ୍ଦୀ, ଜ୍ୟୋସô୍ନା ସେନାପତି ଅଞ୍ଜଳି ପ୍ରଧାନ,କୁମୁଦିନୀ ଦାସ, ସଂଯୁକ୍ତା ମିଶ୍ର,,ଉର୍ମିଳା ମାଝୀ, ହେମଲତା ଦାସ ଙ୍କ ଉପସ୍ଥିତି ରେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।