ରାଜନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ୮ ଝାଡାବାନ୍ତି ରୋଗୀ

 ରାଜନଗର: ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଝାଡାବାନ୍ତି ଆକ୍ରାନ୍ତ ଚିକିସôିତ ହେଉଛନ୍ତି । ସୋମବାର ସକାଳଠାରୁ ସନ୍ଧ୍ୟା ୬ଟା ସୁଦ୍ଧା ୮ଜଣ ଆକ୍ରାନ୍ତ ରୋଗୀ ଚିକିସôିତ ହୋଇଥିବା ସୂଚନା ମିଳିଛି । ଏହି ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚୟତ ଜରିମୂଳ ଗ୍ରାମର ସୁଜିତ ସିଂ(୩୬), ବାଲିସାହିପାଟଣା ପଚାଂୟତ ମଧୁପୁର ଗ୍ରାମର ଲତା ମଳିକ(୭୦), କୋଇଲିପୁର ପଞ୍ଚୟତ ତେତେଲଙ୍ଗା ଗ୍ରାମର କ୍ଷୀର ମଳିକ(୭୫) ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôିତ ହେଉଥିବା ଦେଖିବାକୁ ମିଳିଛି । ଏମାନଙ୍କ ବ୍ୟତୀତ ଅନ୍ୟ ୫ଜଣ ଝାଡାବାନ୍ତି ରୋଗୀ ଚିକିସôିତ ହୋଇ ସୁସ୍ଥ ହେବା ପରେ ଘରକୁ ଫେରି ଯାଇଥିବା ସୂଚନା ମିଳିଛି । ସୂଚନା ଥାଉକି, ରବିବାର ଦିନ ୧୨ଜଣ ଝାଡାବାନ୍ତି ରୋଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôିତ ହୋଇଥିଲେ ।