ହୀରାକୁଦ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଅଇଁଠାପାଲି ଚାମ୍ପିଅନ୍
ସମ୍ବଲପୁର : ଲରପଙ୍କର ଅନ୍ଧାରପାଟ କ୍ରୀଡା ସଂଘ ଓ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଏବଂ ଲାୟନ୍ସ କ୍ଲବ ଅଫ ମହାନଦୀ ହୀରାକୁଦର ମିଳିତ ଉଦ୍ୟମରେ ୧୦ଟି ଦଳକୁ ନେଇ ହୀରାକୁଦର ଅନ୍ଧାରପାଟ ଖେଳ ପଡିଆରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଅଇଁଠାପାଲି ଏବଂ ବୁର୍ଲା ଏକାଦଶ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା । ଏଥିରେ ଅଇଁଠାପାଲି ଟିମ ୧-୦ ଗୋଲରେ ବିଜୟୀ ହୋଇଥିଲେ । ହିଣ୍ଡାଲକୋ ପାରିପାର୍ଶ୍ୱିକ ଉନ୍ନୟନ ଅଧିକାରୀ ସୁକାନ୍ତ ମହାପାତ୍ର ମୁଖ୍ୟ ଅତିଥି, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ମାଇନ୍ସ ଓ କର୍ପୋରେଟ ବ୍ୟାପାର ମୁଖ୍ୟ ବିଘ୍ନେଶ୍ୱର ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ସ୍ଥାନୀୟ ହନୁମାନ ମନ୍ଦିର କମିଟି ସଭାପତି ହେମଲାଲ୍ ଚୌହାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ ଦେଇଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ଉମାଶଙ୍କର ଗୌଡ଼, ସଭାପତି ଭିମସେନ୍ ଆଇନ୍ଦ୍, ଉପସଭାପତି ଜଗନ୍ନାଥ ଓରାମ, ଉପସଭାପତି ମନହରନ୍ ଚୌହାନ, ଲାୟନ୍ସ କ୍ଲବ୍ ଅଫ୍ ମହାନଦୀ ସଭାପତି ମୁକେଶ ଚୌହାନ, ମାନସ ପାତ୍ର, ଜମେଶ ମହାପାତ୍ର ପ୍ରମୁଖ ପ୍ରତିଯୋଗିତା ପ୍ରତିଯୋଗିତା ପରିଚାଳନା କରିଥିଲେ । ଯୋଗୀନ୍ଦର ଓରାମ, ରାଜାରାମ ଓରାମ, ଚିକୁ ବଡପଣ୍ଡା, ଆନନ୍ଦ ମିର୍ଦ୍ଧା ରେଫରୀ, ଅଇଁଠାପାଲି ଟିମର ସନ୍ତୋଷ ଶ୍ରେଷ୍ଠ ସ୍କୋରର, ସାନ ବାବୁ ଶ୍ରେଷ୍ଠ ଡ଼ିଫେଣ୍ଡର, ରିକୁ ଶ୍ରେଷ୍ଠ ଗୋଲ ରକ୍ଷକ ଏବଂ ଅଭୟ ଶ୍ରେଷ୍ଠ ପ୍ଲେୟାର ଭାବରେ ପୁରସ୍କୃତ ହୋଇଥିଲେ ।