ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ନିୟନ୍ତ୍ରଣ ନେଇ ବୈଠକ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିସôାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଳାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବ୍ଲକ, ଗ୍ରାମ ଓ ପୌରାଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ପାଇଁ ବ୍ୟାପକ ଜନ ସଚେତନତା କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଳା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ ବ୍ରଜବନ୍ଧୁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାଥନା ପୂର୍ବରୁ ଜଳ ବାହିତ ରୋଗ ଓ ଭେକ୍ଟର ବାହିତ ରୋଗ ବିଷୟରେ ଆଲୋଚନା କରାଯିବ ଓ ପ୍ରତି ଆଦିବାସୀ ଆବାସିକ ବିଦ୍ୟାଳୟରେ ମେଲେରିଆ ପାଇଁ ରକ୍ତ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଥିଲେ । ଏତଦ୍ ବ୍ୟତୀତ ଆଶା ଓ ଅଙ୍ଗନବାଡି ଘରକୁ ଘର ବୁଲି ଓଆରଏସ, ଜିଙ୍କ ଓ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କରିବେ । ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ୧୧ରେ ସ୍ୱଚ୍ଛତା ଦିବସ ପାଳନ କରାଯିବ । ଉକ୍ତ ଦିନ କିଭଳି ନିଜେ ପରିଷ୍କାର ରହିବେ ଓ କୀଟନାଶକ ଉପଚାରିତ ମଶାରୀ ବ୍ୟବହାର କରିବେ ସେସବୁ ବିଷୟରେ ସଚେତନ କରାଯିବ । ଏହି ବୈଠକରେ ରାଜ୍ୟ ନୋଡାଲ ଅଧିକାରୀ ଡ଼ା ମୋଦନ ମୋହନ ପ୍ରଧାନ, ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ହୁସେନ୍, ଭିବିଡି ନୋଡାଲ ଅଧିକାରୀ ଡ଼ା ରଣସିଂହ, ଡା ନିହାର ରଞ୍ଜନ ପ୍ରହରାଜ, ଡିପିଏମ ଡ ମୌସୁମୀ ମିଶ୍ର ଓ ମହାମାରୀ ବିଶେଷଜ୍ଞ ଡ଼ା ଦୁର୍ଗା ପ୍ରସାଦ ରାଜ୍ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନଙ୍କ ସମେତ ସମସ୍ତ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।