୩ ମନ୍ଦିରରୁ ଚୋରି
ନାଚୁଣୀ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳର ତିନି ଗୋଟି ମନ୍ଦିରରୁ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗତକାଲି ସକାଳେ ଉକ୍ତ ଅଞ୍ଚଳର ହନୁମାନ ମନ୍ଦିର, ମା’ ରାମଚଣ୍ଡୀ ମନ୍ଦିର ଏବଂ ମା’ ଆଖଣ୍ଡଳମଣିଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଏବଂ ଦାନବାକ୍ସ ଚୋରି ହୋଇଥିବାର ଅଞ୍ଚଳବାସୀ ଜାଣିବାକୁ ପାଇଥିଲେ । ଏ ନେଇ ନାଚୁଣୀ ଥାନାରେ ଅଭିଯୋଗ କଲାପରେ ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।