ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
ଜଟଣୀ : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଇଅଛି । ଯାହାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଜନସଂଖ୍ୟା ସମ୍ପର୍କିତ ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ରେଳ କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋସôାହିତ କରିବା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚିକିସôା ଅଧୀକ୍ଷକ ଡକ୍ଟର ସବିତା ଶତପଥୀଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା । ସ୍ଥାୟୀ ବିକାଶ ଏବଂ ପ୍ରଜନନ ସ୍ୱାସ୍ଥ୍ୟର ଗୁରୁତ୍ୱ ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କ ଅଭିଭାଷଣରେ, ସେ ଜନସଂଖ୍ୟା ବୃଦ୍ଧି ଦ୍ୱାରା ଉପୁଜିଥିବା ଆହ୍ୱାନ ଗୁଡ଼ିକର ମୁକାବିଲା କରିବାରେ ଜନସଚେତନତା ଏବଂ ସ୍ୱାସ୍ଥ୍ୟସେବା ପଦକ୍ଷେପର ଭୂମିକା ଉପରେ ଆଲୋକପାତ କରିଥିଲେ । ବିଭାଗୀୟ ଚିକିସôା ଅଧିକାରୀ ଡକ୍ଟର ଆର. ଏନ. ପଣ୍ଡା ମଧ୍ୟ ଏହି ଅବସରରେ ଯୋଗ ଦେଇ ପରିବାର ନିୟୋଜନ ଏବଂ ସ୍ୱାସ୍ଥ୍ୟ ସେବା ବିଷୟରେ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଶିକ୍ଷା ଓ ସଚେତନତା ଦେବା ପାଇଁ ଚିକିସôା ବିଭାଗ ଦ୍ୱାରା ଗ୍ରହଣ କରାଯାଉଥିବା ପଦକ୍ଷେପ ବିଷୟରେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ବିଷୟରେ କହିଥିଲେ ।