ଜନଔଷଧି କେନ୍ଦ୍ର ଉଦ୍ଘାଟିତ

 ସାଲେପୁର :  ସାଲେପୁର ବ୍ଲକ୍ ନାନେ୍ଦାଳ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ହିମାଂଶୁ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ଜନ ଔଷଧି କେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ । ଏଠାରେ ଜନ ଔଷଧି କେନ୍ଦ୍ର ଖୋଲିବା ପରେ ଗ୍ରାମାଞ୍ଚଳର ଲୋକମାନେ ସର୍ବନିମ୍ନ ମୂଲ୍ୟରେ ଗୁଣବତ୍ତା ଔଷଧ ପ୍ରାପ୍ତ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରିତେଶ ଦାସ, ମନୋଜ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ସାହୁ, ସୁକାନ୍ତ ବେହେରା, ଶଶିକାନ୍ତ ମହାନ୍ତି, ତୁଳସୀରାଣୀ ଦାସ, ରେଣୁବାଳା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।