ବାଲିଘାଟକୁ କେନ୍ଦ୍ର କରି ଉତ୍ତେଜନା; ଦୁଇଗୋଷ୍ଠୀ ମୁହାଁମୁହିଁ 

ସିଂହପୁର : ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । ଗୁହଳି ଓ ବାଙ୍କିପାଳ ବାଲି ଘାଟକୁ ନେଇ ଦୁଇଗୋଷ୍ଠି ମୁହାଁମୁହିଁ ପରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ଯାହାକୁ ନେଇ କଥା ଥାନାରେ ପହଁଚିଛି । ଗତକାଲି ଗୁହାଳି ବାଲିଘାଟ ଚଳାଉଥିବା ଜନୈକ ଯୁବକ କିଛି ସମର୍ଥକଙ୍କୁ ନେଇ ବାଙ୍କିପାଳ ବାଲିଘାଟ ସରକାରୀ ରାସ୍ତାରେ ବାଡ ବୁଝି ଅବରୋଧ କରୁଥିବା ବେଳେ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ଉଭୟ ପକ୍ଷ ଥାନାର ଦ୍ୱରସ୍ତ ହୋଇଥିବା ବେଳେ ଆଜି ଅଚାନକ ମାଇନିଂ ବିଭାଗର ଅଧିକାରୀ ବାଙ୍କିପାଳ ଘାଟରେ ଚଢାଉ କରିବା ପରେ ବିବାଦ ବଢିଥିଲା । ଘଟଣା ଅନୁଯାଇ ଗୁହାଳି ବାଲିଘାଟ ସବୁ ସରକାରୀ ନିୟମକୁ ଫୁକରି ବେଆଇନ ଭାବେ ନଦୀରେ ମୋଟର ଚାଳିତ ଡଙ୍ଗା ସାହାଯ୍ୟରେ ବାଲି ଉଠାଣ କରିବାକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ । ଏହାକୁ ନେଇ ଗୁହାଳି ଘାଟକୁ ପରିଚାଳନା କରୁଥିବା କିଛି ଯୁବକ ଆକ୍ରୋସ ମୁଳକ ଭାବେ ଗତକାଲି ବଙ୍କିିପାଳ ବାଲି ଘାଟରେ ରାସ୍ତାରେ ବାଡ ବୁଝି ଝଗଡା ଆରମ୍ଭ କରିଥିଲେ ।  ମାତ୍ର ଗୁହାଳି ବେଆନ ବାଲି ଘାଟର କଥା କଥିତ ଲିଜଧାରୀ ଏବଂ ସ୍ଥାନୀୟ କିଛି ଅସାମାଜିକ ତତ୍ୱଙ୍କ ଜିଲ୍ଲା ମାଇନିଂ ଅଧିକାରୀଙ୍କ ସହ ସୁସମ୍ପର୍କ ଥିବାରୁ ଆଜି ବରୀ ଏବଂ ସୁକିନ୍ଦା ଅଞ୍ଚଳର ଜୁନିଅର ମାଇନିଂ ଅଧିକାରୀ ବିଞ୍ଝାରପୁର ତହସିଲ ଅଧିନସ୍ତ ବାଙ୍କିପାଳ ବାଲିଘାଟରେ ଅଚାନକ ପୁଲିସ ସହାୟତାରେ ଚଢାଉ କରିଥିଲେ । ମାତ୍ର ସେଠାରେ ସରକାରୀ ନିୟମ ଅନୁଯାଇ ଘାଟ ଏବେ ବନ୍ଧ ଥିବାରୁ ଅଧିକାରୀଙ୍କୁ ଫେରିବାକୁ ପଡିଥିଲା । ଗୁହାଳି ସମେତ ଅନେକ ସ୍ଥାନରେ ବେଆଇନ ଭାବେ ମୋଟର ଚାଳିତ ଡଙ୍ଗାରେ ବାଲି ଉଠାଣ କରାଯାଇଥିବା ସ୍ଥାନୀୟ ଲୋକେ ଚଢାଉ କରିବାକୁ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଉତର ନଦେଇ ବରିଷ୍ଠ ଅଧିକାରୀଙ୍କ ପରାମର୍ଶରେ ଚଢାଉ କରିବାକୁ ଆସିଥିବା କହିଥିଲେ । ତେବେ ଅନ୍ୟ ଘାଟଗୁଡୁକୁ କାହିଁକି ଚଢାଉ କରାଯିବ ନାହିଁ ବୋଲି କହିବାକୁ ଅଧିକାରୀ ଛତ୍ରଭଙ୍ଗ ଦେଇ ପଳାଇଥିଲେ । ଯାହାକୁ ନେଇ ଦୁଇ ବାଲି ଘାଟ ମଧ୍ୟରେ ଚାପା ଉତେଜନା ଲାଗି ରହିଥିବା ବେଳେ ପୁଲିସ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ।