ରାଜ୍ୟସ୍ତରୀୟ ସଂକୀର୍ତ୍ତନ ସମ୍ମିଳନୀ

 ପୁରୀ:  ପୁରୀ ଜିଲ୍ଳା ସଂସ୍କୃତି ଭବନ ଠାରେ ରାଜ୍ୟ ସଂକୀର୍ତ୍ତନ ମହାସଂଘ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସଂକୀର୍ତ୍ତନ ମହାସଂଘର ପ୍ରାୟ ୧୫ଲକ୍ଷରୁ ଉଦ୍ଧ୍ୱର୍ ସଂକୀର୍ତ୍ତନ କଳାକାର ସାରା ରାଜ୍ୟରେ ନିରନ୍ତର ନାମ ସଂକୀର୍ତ୍ତନ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିଚଲାଇଛନ୍ତି । ମହାସଂଘର ସଭାପତି ବାସୁଦେବ ଭଟ୍ଟଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସମ୍ପାଦକ ସୁଦର୍ଶନ ଚମ୍ପତି ସଂଗଠନର ଲକ୍ଷ ଆଭିମୁଖ୍ୟ ନେଇ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ଜାତୀୟ ମାନବାଧିକାର କମିଶନର ମାନ୍ୟବାର ସଦସ୍ୟ ଜଷ୍ଟିସ୍ ବିଦୁ୍ୟତ ରଞ୍ଜନ ଷଡ଼ଙ୍ଗୀ ଯୋଗ ଦେଇ କହିଥିଲେ କି ଭଗବାନଙ୍କ ନାିଦ୍ଧୟ ଲାଭ ପାଇଁ ଆଧ୍ୟାମିôକତା ଜରୁରୀ । ସେଥିପାଇଁ ନାମ ସଂକୀର୍ତ୍ତନ ହିଁ ସର୍ବୋକ୍ତୃଷ୍ଟ । ବିଶିଷ୍ଟ ଅତିଥି ଭାବେ ରିଷିକେଶ ମଠର ମଠାଧୀଶ ସ୍ୱାମୀ ଶ୍ୟାମାନନ୍ଦଜୀ ମହାରାଜ କହିଥଲେ କି ପ୍ରତ୍ୟେକ ମଣିଷ ତାର ବୃତ୍ତିଗତ ଜୀବନ ସହିତ ଭଗବାନଙ୍କ ନାମ ସଂକୀର୍ତ୍ତନ ଓ ଆଧ୍ୟାତ୍ମିକତାକୁ ସତ ଉପାୟ ସହିତ ଯୋଡ଼ି ଦେଇ ସଦୁପଯୋଗ କରିପାରିଲେ ମଣିଷ ସର୍ବୋତ୍ତମ ହୋଇପାରିବ । ରାଧାବଲ୍ଲଭ ମଠର ମଠାଧୀଶ ରାମଦାଷଜୀ ମହନ୍ତ ମହାରାଜ, ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାସ, ବରିଷ୍ଠ ସେବାୟତ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର ଅତିଥି ଭାବେ ଯୋଗ ଦେଇଥିଲେ । ମହାସଂଘରେ ସାରା ରାଜ୍ୟରୁ ୩୦ ଗୋଟି  ଜିଲ୍ଲାରୁ ରାଜ୍ୟ କର୍ମକତ୍ତାଙ୍କ ସହ ଜିଲ୍ଳା, ବ୍ଲକ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।