‘ମାନସିକ ଶାନ୍ତି ପାଇଁ ଜୀବନଶୈଳୀ ବଦଳାଅ'
ଭୁବନେଶ୍ୱର : ମହାନ ଦୂରଦୃଷ୍ଟିସମ୍ପନ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ୨୦୦୩ରେ ପ୍ରତିଷ୍ଠିତ, ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜନସାଧାରଣଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଛି । ଓଡିଶା ସମେତ ପଡୋଶୀ ରାଜ୍ୟଗୁଡ଼ିକ ଏମ୍ସ ଭୁବନେଶ୍ୱରର ଏକ ଦଶନ୍ଧିର ସୁବର୍ଣ୍ଣ ଯାତ୍ରାର ସାକ୍ଷୀ ହୋଇଥିବା ପ୍ରକାଶ କରିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପଞ୍ଚମ ସମାବର୍ତ୍ତନ ଉସôବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ରାଷ୍ଟ୍ରପତି ସ୍ୱାସ୍ଥ୍ୟସେବା, ରୋଗୀ ସେବା ଏବଂ ଚିକିସôା ଶିକ୍ଷାରେ ପ୍ରତିଷ୍ଠାନର ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଥିଲେ । ସେବା, ଗବେଷଣା ଏବଂ ତାଲିମରେ ଶ୍ରେଷ୍ଠତା ହାସଲ କରିବା ସହିତ ଏମ୍ସ ଭୁବନେଶ୍ୱର ଭାରତର ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ମଜବୁତ କରିଚାଲିଥିବା ରାଷ୍ଟ୍ରପତି ପ୍ରକାଶ କରିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ଏହି ପ୍ରତିଷ୍ଠାନ ସମ୍ମାନୀତ ହେବା ସହିତ ଉକôର୍ଷତା ହାସଲ ଦିଗରେ ଦ୍ରୁତ ବେଗରେ ଗତି କରିଚାଲିଛି । ଗତବର୍ଷଗୁଡିକରେ ଏମ୍ସ ଭୁବନେଶ୍ୱରରେ ଚିକିସôିତ ହୋଇଥିବା ଲକ୍ଷ ଲକ୍ଷ ରୋଗୀଙ୍କ ସଂଖ୍ୟା ହିଁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏହାର ବର୍ଦ୍ଧିତ ପ୍ରଭାବର ଏକ ସ୍ପଷ୍ଟ ପ୍ରମାଣ ବୋଲି ରାଷ୍ଟ୍ରପତି ପ୍ରକାଶ କରିଥିଲେ । ଏହି ଅବସରରେ ସେ କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ସହିତ ଡିଗ୍ରୀ ପ୍ରଦାନ କରିଥିଲେ ।
ଏହି ଅବସରରେ, ମାନ୍ୟବର ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ସମ୍ମାନିତ ଅତିଥିମାନେ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ପୂର୍ବ ଭାରତରେ ଏକ ସାମଗ୍ରିକ ସ୍ୱାସ୍ଥ୍ୟସେବା ସେବା ପାଇଁ ଏମ୍ସ ଭୁବନେଶ୍ୱରର ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ. ଆଶୁତୋଷ ବିଶ୍ୱାସ ଏହି ଜାତୀୟ ପ୍ରତିଷ୍ଠାନର ସଫଳତା ଉପରେ ଆଲୋକପାତ କରିଥିଲେ । ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଡିନ୍ ଡ. ପି ଆର୍ ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ୩୧ ଛାତ୍ରଛାତ୍ରୀଙ୍କୁ ୫୯ ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ । ଚିତଲୁରୀ ନେହା ଏବଂ ମେଧା ମେନନଙ୍କୁ ଶ୍ରେଷ୍ଠ ଏମବିବିଏସ୍ ସ୍ନାତକ ଭାବରେ ପୁରସ୍କୃତ କରାଯାଇଥିବା ବେଳେ ମୃଣ୍ମୟୀ ମଣ୍ଡଳ ଏବଂ ପ୍ରିୟଙ୍କା ସିଂହଙ୍କୁ ଶ୍ରେଷ୍ଠ ବିଏସସି (ଅନର୍ସ) ନର୍ସିଂ ସ୍ନାତକ ଭାବରେ ସମ୍ମାନୀତ କରାଯାଇଥିଲା ।ଷ୍ଠାରେ...