ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ 

 ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟ ସଭା କକ୍ଷ ଠାରେ  ମହାବିଦ୍ୟାଳୟର ୪୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୋମନାଥ ପ୍ରଧାନ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଇଂରାଜୀ ବିଭାଗର ମୁଖ୍ୟ ଉମେଶ ଚନ୍ଦ୍ର ରାଉତ ଯୋଗ ଦେଇ ମହାବିଦ୍ୟାଳୟ ଆରମ୍ଭ ଦିନରୁ ୪୭ ବର୍ଷର ଇତିହାସ ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରେମରେଖା ଭତ୍ରା ସଭାପତିତ୍ୱ କରିଥିଲେ । ସଭା ଆରମ୍ଭରେ ଅଧ୍ୟକ୍ଷ ଗୌତମ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ,  ଅଧ୍ୟାପିକା ଓ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଶେଷରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ.ରଞ୍ଜନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।