ଧସିଲା ଡମ୍ପ;ଚାଷଜମିରେ ମାଡିଗଲା ନିକେଲ ମାଟି

 କାଳିଆପାଣି : କାଳିଆପାଣି ଅଂଚଳରେ ଗତ ୨ ସପ୍ତାହ ଧରି ଲଗାଣ ବର୍ଷା ଫଳରେ ଓଡ଼ିଶା ଖଣି ନିଗମର ସୁକୁରୁଙ୍ଗୀ ଖଣି ମାଟି ଡମ୍ପ ଧସି ଅନେକ ଲୋକଙ୍କ ଧାନ ବିଲରେ ନିକେଲ ମାଟି ପସି ଯାଇଛି । ଗତରାତିରେ ପ୍ରବଳ ବର୍ଷା ଯୋଗୁଁ ମାଇନ୍ସ ମାଟି ଡମ୍ପ ଧସିଯାଇ ସାରୁଆବିଲି ଗାଁ ଲୋକଙ୍କ ଧାନ ବିଲ ଉପରେ ମାଡି ଯାଇଥିବାର ଦେଖିବାକୁ ମିଳିଛି । ଫଳରେ ଅନେକ ଚାଷଜମି ପ୍ରଭାବିତ ହୋଇଛି । ସାରୁଆବିଲି ଗାଁର ଇନ୍ଦ୍ରମଣି ପ୍ରଧାନ, ରମାକାନ୍ତ ପ୍ରଧାନ, କାଳାକର ପ୍ରଧାନ, ବେଣୁଧର ପ୍ରଧାନଙ୍କ ପ୍ରାୟ ୨ ଏକର ଚାଷ ଜମିରେ ନିକେଲ ମାଟି ପସି ଫସଲ ନଷ୍ଟହୋଇଯାଇଛି । ଯାହାକୁ ନେଇପ୍ରଭାବିତ ଚାଷୀ ଓଡିଶା ଖଣିନିଗମ ଅଧିକାରୀଙ୍କ ବିରୋଧରେ ବିଶୋଦଗାର କରିଛନ୍ତି ।  ଖବର ପଇ କାଳିଆପାଣି ମାଇନ୍ସ ମ୍ୟାନେଜେର ନିଗମାନନ୍ଦ ସେଠି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ତେବେ ଏହାଯେ ଆଜି ପ୍ରଥମ ଘଟଣା ନୁହେଁ ପ୍ରତିବର୍ଷ ଓଡିଶା ଖଣି ନିଗମର ମାଇନ୍ସ ମାଟି ବର୍ଷାପାଣି ରେ ବୋହିଯାଇ ଧାନ କ୍ଷେତକୁ ନଷ୍ଟ କରିଦିଏ । ଚାଷୀପ୍ରତିବର୍ଷ ଅନେକ କ୍ଷୟକ୍ଷତି ସହିଆସୁଛନ୍ତି । ଓଡିଶା ଖଣି ନିଗମ ସ୍ଥାନୀୟ ଅଂଚଳର ବିକାଶ ପରିବର୍ତେ ସାଧାରଣ ଚାଷୀ ମାନଙ୍କ ଦୁର୍ଦଶାର କାରଣ ହେଉଛି ।