ବାତରା ଚେର ସହ ବୋଟ ଜବତ
ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରୁ ବାତରା ଚେର ସଂଗ୍ରହ କରୁଥିବା ଖବର ପାଇ ବନଖଣ୍ଡ ଅଧିକାରୀ ସୁଦର୍ଶନଗୋପୀନାଥ ଯାଦବଙ୍କ ନିଦେ୍ର୍ଦଶକ୍ରମେ ସହକାରୀ ବନସଂରକ୍ଷକ ମାନସକୁମାର ଦାସ, ଗଗନବିହାରୀ ମଲ୍ଲିକ, ରେଂଜ ଅଫିସର ଚିତରଂଜନ ବେଉରାଙ୍କ ତତ୍ତ୍ୱାବଧାନରେ ୨୦ରୁ ଉଦ୍ଧ୍ୱର୍ ବନକର୍ମଚାରୀ ବାଉଁଶଗଡ ନଦୀ ନିକଟ ଜଙ୍ଗଲରେ ବଢାଉ କରିଥିଲେ । ୧୦କୁ୍ୟଟାଂଲରୁ ଉଦ୍ଧ୍ୱର୍ ବାତରା ଚେର ବୋଝେଇ ଅଖାଗୁଡିକୁ ଜବତ କରିବା ସହ ସେମାନେ ବ୍ୟବହାର କରୁଥିବା ବୋଟକୁ ଜବତ କରିଥିଲେ । ଅନ୍ଧାରର ସୁଯୋଗ ନେଇ ଆସାମୀମାନେ ବନକର୍ମଚାରୀମାନଙ୍କୁ ଦେଖି ଜଙ୍ଗଲ ଭିତରେ ଖସି ଯିବାକୁ ସକ୍ଷମ ହୋଇଥିଲେ ।