ସମସ୍ୟା ଧରି ବିଡିଓଙ୍କ ଦ୍ୱାରସ୍ଥ ହେଲେ ମହିଳା

 ସୁକିନ୍ଦା : ଏହି ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ ଶତାଧିକ ମହିଳା । ସୂଚନା ମୁତାବକ ଚିଙ୍ଗୁଡ଼ିପାଳ ପଂଚାୟତରେ ଅଞ୍ଚଳରେ ମୋବାଇଲ ଟାୱାର ନଥିବାରୁ ନେଟୱର୍କ ରହୁନଥିବା, ବିଦୁ୍ୟତ୍ ସରବରାହ ବ୍ୟାଘାତ ଘଟୁଥିବା ପାନୀୟ ଜଳ ଯୋଗାଣ ସମସ୍ୟା ଲାଗିରହିଥିବା, ସରକାରୀ ବସ ଚଳାଚଳ ଭଳି ଅନ୍ୟାନ୍ୟ ଧରି ବିଡିଓ ପ୍ରଜ୍ଞା ପାରମିତା ପୃଷ୍ଟିଙ୍କ ଦ୍ୱାରସ୍ଥ ହୋଇଥିଲେ । ଯଥାଶୀଘ୍ର ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶୃତି ଦେଇଥିଲେ ।