ଚାଷୀ ପାଇଲେ ୨.୮୭ କୋଟି
ନବରଙ୍ଗପୁର : ନବରଙ୍ଗପୁର/ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ର ୩୪୪ ଜଣ ଚାଷୀ ମଣ୍ଡିରେ ସେମାନଙ୍କ ଧାନ ଦେଇ ଟଙ୍କା ପାଇ ନଥିଲେ । ଏହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ନବରଙ୍ଗପୁର ପୂର୍ବତନ ଏମ୍ପି ପ୍ରଦୀପ ମାଝି ଏହାକୁ ନେଇ ଭୁବନେଶ୍ୱରରେ ଧାରଣାରେ ବସିଥିଲେ । ତେବେ ଏ ସବୁ ଘଟଣାକୁ ଗୁରୁତ୍ୱର ସହ ନେଇ ଚାଷୀଙ୍କୁ ସେମାନଙ୍କ ଏମ୍ଏସ୍ପି ୨୩ଶହ ଟଙ୍କା ମିଲର୍ସମାନେ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଥିଲା । ବୋନସ ୮ଶହ ଟଙ୍କା କିପରି ରାଜ୍ୟ ସରକାରଙ୍କ ତରଫରୁ ମିଳିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ଜିଲା ପ୍ରଶାସନିକ ଅଧୂକାରୀମାନେ କହିଥିଲେ । ଏହି କ୍ରମରେ ଚାଷୀଙ୍କ ବକେୟା ୩ କୋଟି ୩୩ ଲକ୍ଷ ୫୦ ହଜାର ଟଙ୍କାରୁ ବର୍ତ୍ତମାନ ସୁଦ୍ଧା ୨ କୋଟି ୮୭ ଲକ୍ଷ ୫୦ ହଜାର ଟଙ୍କା ମିଲରମାନେ ପ୍ରଦାନ କରିଛନ୍ତି । ବକେୟା ୪୭ ଲକ୍ଷ ଟଙ୍କା ପ୍ରଦାନ ପାଇଁ ମିଲରମାନେ ସମୟ ମାଗିଛନ୍ତି । ବୋନସ ୮ ଶହ ଟଙ୍କା ଲେଖାଏ ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଜାରି ରହିଥିବା ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପ୍ରଧାନ କହିଛନ୍ତି ।