ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବି
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା ଉପ୍ରା ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ପୁରୁଖାତଙ୍କ ବଦଳି ବାତିଲ ପାଇଁ ଅଭିଭାବକମାନେ ଦାବି କରିଛନ୍ତି । ଏଥିପାଇର୍ ସେମାନେ ବିଭିନ୍ନ କାରଣ ଦର୍ଶାଇଛନ୍ତି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ବିଦ୍ୟାଳୟର ପରିବେଶକୁ ଶିକ୍ଷା ଉପଯୋଗୀ କରିଛନ୍ତି । ପ୍ରଧାନଶିକ୍ଷୟତ୍ରୀ ପ୍ରଶିକ୍ଷଣପ୍ରାପ୍ତ ସ୍ନାତକୋତ୍ତର ଡିଗ୍ରୀଧାରୀ ହୋଇଥିବାରୁ ଏହି ବିଦ୍ୟାଳୟରେ ସେ ଶିକ୍ଷାଦାନ ଜାରି ରଖିଲେ ବିଦ୍ୟାଳୟର ଉନ୍ନତି ତ୍ୱରାନ୍ୱିତ ହୋଇପାରିବ । ଏବେ ସେ ପ୍ରଧାନଶିକ୍ଷକ ଭାବେ ଦାଇତ୍ୱ ଗ୍ରହଣ କରିବାକୁ ଥିବାରୁ ବିଦ୍ୟାଳୟରେ ଶିକ୍ଷାଦାନ ପ୍ରଭାବିତ ହେବ ବୋଲି ଅଭିଭାବକମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଅଭିଭାବକ ଜୟନ୍ତୀ କୁଣ୍ଡୁ, ପ୍ରମିଳା କୁଣ୍ଡୁ, ଏଲୋରା ପ୍ରିୟଦର୍ଶନୀ ସାମଲ, ସାରଥି ନାୟକ, ପାର୍ବତୀ ଦେ, ସୁଶାନ୍ତ ରାଉତ ପ୍ରମୁଖ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଆବେଦନ କରିଥିବା ଜଣାଯାଇଛି । ସଂପୃକ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ହାରାମଣୀ ବାଳିକା ବିଦ୍ୟାଳୟରେ ଯୋଗଦାନ କରିସାରିଛନ୍ତି ବୋଲି ବ୍ଲକ ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।