ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଉପଲକ୍ଷେ ପ୍ରତିଯୋଗିତା
ଜଗତସିଂହପୁର : ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଓଡିଶା ସାହିତ୍ୟ ଏକାଡମୀର ସ୍ୱନକ୍ଷତ୍ର ଦିବସ ୨୦୨୫ ପାଳନ ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୪ ଗୋଟି ବିଭାଗ ଯଥା: ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ଦୁଇଗୋଟି ବିଭାଗ ଯଥା: କନିଷ୍ଠ ବର୍ଗ (‘କ’) ଓ ବରିଷ୍ଠ ବର୍ଗ (‘ଖ’) ରେ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ଆସନ୍ତା ୧୩ ତାରିଖ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ୨୦ ତାରିଖ ଦିନ ଉକôଳ ସଙ୍ଗୀତ ମହାବିଦ୍ୟାଳୟ ଠାରେ ଏକତ୍ରିତ ହେବା ସହ ପୁନଶ୍ଚ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ସୁକାନ୍ତ କୁମାର ରାୟ, ନିକୁଞ୍ଜ କିଶୋର ବେହେରା, ଡଃ ଜ୍ୟୋତିର୍ମୟୀ ମହାନ୍ତି, ନଗେନ ପଣ୍ଡା, ବିଜୟ କୁମାର ରଥ, ସାଗରମୟ ସ୍ୱାଇଁ, ବିନାୟକ ଉପାଧ୍ୟାୟ, ଉମାକାନ୍ତ ନାୟକ, ଶରତ ଚନ୍ଦ୍ର ବାରିକ, ପ୍ରତାପ କେଶରୀ ମହାପାତ୍ର ଓ ଶରତ ଚନ୍ଦ୍ର ମହାପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ ।