ଯୁବକଙ୍କ ଆକସ୍ମିକ ମୃତୁ୍ୟ 

 ହିଞ୍ଜିଳିକାଟୁ: ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନସାହିର ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରପରିଷଦର ପୂର୍ବତନ ନଗରପାଳ ଶିବରାମ ଗୌଡଙ୍କ ଜ୍ୟେଷ୍ଠ ପୁତ୍ର ଶାଶ୍ୱତ ଗୌଡ (୨୬) । ପ୍ରକାଶ ଯେ, ଯୁବକ ଜଣଙ୍କ ଶ୍ରାବଣ ସୋମବାର ଅବସରରେ ଜଳଲାଗି କରିବା ପରେ  ପ୍ରସାଦ ସେବନ କରି ଘରକୁ ଫେରି ବିଶ୍ରାମ ନେଇଥିଲେ । ଦୀର୍ଘ ସମୟ ଧରି ନିଦରୁ ନ ଉଠିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ସଂପୃକ୍ତ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।