ଇଶ୍ୱର ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋନୀତ
କାକଟପୁର : ବିଜେପି କ୍ଷମତା ଆସିବା ପରେ କାକଟପୁର ନିର୍ବାଚନ ମଣ୍ଡଳୀକୁ ହାତକୁ ନେବା ପାଇଁ ଖସଡ଼ା ପ୍ରସ୍ତୁତ କରୁଛି । ଗ୍ରାସରୁଟରେ ବିଜେପିର ପୁରୁଖା କାର୍ଯ୍ୟକର୍ତ୍ତାଙ୍କୁ ପଦ ପଦବୀ ଦେଇ ସଂଗଠନ ମଜଭୁତ କରିବାକୁ ଲକ୍ଷ୍ୟ କରିଥିବା ବେଳେ ଆଜି ଆଉ ଜଣେ ପୁରୁଖା କର୍ମୀ ତଥା ସଂଗଠକ ଓ କାକଟପୁର ବିଜେପି ଦଳର ଭୀଷ୍ମ ପିତାମହ ଭାବେ ପରିଚିତ ଈଶ୍ୱର ଚନ୍ଦ୍ର ବେହେରାଙ୍କୁ ବିଜେପି ରାଷ୍ଟ୍ରୀୟ ପରିଷଦକୁ ମନୋନୀତ କରାଯାଇଥିବାରୁ କାକଟପୁର ବିଜେପି କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସାଂଗଠନିକ ନେତୃତ୍ୱଙ୍କୁ ସାଧୁବାଦ ଜଣାଇବା ସହିତ ନିର୍ବାଚନ ମଣ୍ଡଳୀରେ ଆନନ୍ଦର ଲହରି ଖେଳିଯାଇଛି । ଶ୍ରୀ ବେହେରାଙ୍କୁ ଆନୁଷ୍ଠାନିକ ଭାବେ ରାଜ୍ୟ କାର୍ଯ୍ୟକାରିଣୀରେ କାକଟପୁର ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକ, ବିଜେପି କାକଟପୁର ବ୍ଳକ ସାଂସଦ ପ୍ରତିନିଧି କୈଳାସ ଚନ୍ଦ୍ର ନାୟକ, ସାଂସଦ ପ୍ରତିନିଧି ତପନ କୁମାର ଦାସ, କ୍ଷୀରୋଦ କୁମାର ଦଳାଇଙ୍କ ସମେତ କାକଟପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ ମଣ୍ଡଳ ସଭାପତି ମାନେ ରାଜ୍ୟ ନେତୃତ୍ୱଙ୍କୁ ସମ୍ମାନ ଜଣାଇବା ସଙ୍ଗେ ସଙ୍ଗେ ଶ୍ରୀ ବେହେରାଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି ।