ବିଜେପିର ମିଶ୍ରଣ ପର୍ବ : ବିକଶିତ ଓଡିଶା ଗଠନରେ ସହାୟକ ହେବ : ସମ୍ପଦ
ପାରାଦୀପ : ପାରାଦୀପ ନିର୍ବାଚନ ମଣ୍ଡଳୀର ପାରାଦ୍ୱୀପ ପୌରପରିଷଦ ଅନ୍ତର୍ଗତ ପାଞ୍ଚ ନମ୍ବର ୱାର୍ଡ ସ୍ଥିତ ରାଇସମିଲ ଠାରେ ବିଜେପିର ଏକ ମହା ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ଶନିବାର ଦିନ ଆୟୋଜିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ପାରାଦୀପ ବିଧାୟକ ତଥା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ । ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ଦକ୍ଷ କାର୍ଯ୍ୟଶୈଳୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟଦକ୍ଷତା, ବିଧାୟକଙ୍କ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ପାରାଦ୍ୱୀପ ପୌରପରିଷଦ ଅନ୍ତର୍ଗତ ପାଞ୍ଚ ନମ୍ବର ୱାର୍ଡ ସ୍ଥିତ ରାଇସମିଲ ଠାରେ ବିଜେଡି ଓ କଂଗ୍ରେସ ଦଳର ଶତାଧିକ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟି ରେ ଯୋଗଦେଇଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ, ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ ତୃଣମୂଳସ୍ତରରେ ଦଳର ସଂଗଠନକୁ ଆହୁରି ମଜବୁତ କରିବ ବୋଲି କହିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ମିଶ୍ରଣ ପର୍ବ ଦ୍ୱାରା ନିଶ୍ଚିତ ଭାବେ ଆମ ଦଳ ତୃଣମୂଳ ସ୍ତରରେ ଶକ୍ତିଶାଳୀ ହେବା ସହିତ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି କହିଥିଲେ । ରାଜ୍ୟକୁ ସମୃଦ୍ଧ ତଥା ବିକଶିତ ଭାବେ ଗଢି ତୋଳିବାକୁ ହେଲେ ଜିଲ୍ଲା ଗୁଡିକୁ ମଧ୍ୟ ସମୃଦ୍ଧ ତଥା ବିକଶିତ କରିବାକୁ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏହି ମିଶ୍ରଣ ପର୍ବରେ ପାରାଦ୍ୱୀପ ନଗର ମଣ୍ଡଳ ସଭାପତି ସୁବ୍ରତ ପ୍ରଧାନ, ସାଧାରଣ ସମ୍ପାଦକ ବଜରଙ୍ଗ ପ୍ରସାଦ ସ୍ୱାଇଁ, ସୋଲେମନ ରାଜୁ, ଦିଲ୍ଲୀପ ବଳିୟାରସିଂହ, ଜିତେନ୍ଦ୍ର ସାହୁ, ସର୍ବେଶ୍ୱର ବଳିୟାରସିଂହ, ଉଗ୍ରେସନ ବେହେରା, ଶରତ ଚନ୍ଦ୍ର ନାୟକ, ଭକ୍ତବନ୍ଧୁ ପରିଡା, ବସନ୍ତ ବେହେରା, ପବିତ୍ର ବେହେରା, ବିରଞ୍ଚି ନାରାୟଣ ସୁନ୍ଦରାୟ, ନନ୍ଦିନୀ ପରିଡା, ଅଧିକାରୀ ବେହେରା, ବଟକୃଷ୍ଣ ପ୍ରଧାନ, ଅମୀୟ ଦାସ, ଗୌତମ ଜେନା, ଦୁର୍ଯେ୍ୟାଧନ ରାଉତ, ପ୍ରତାପ ଚନ୍ଦ୍ର ନାୟକ, ଗୌତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।