ପୁସ୍ତକ ‘କାହାଣୀର ଆକାଶ’ ଉନ୍ମୋଚିତ

 ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ, ଆକ୍ସନଏଡ୍ ଓ ଷ୍ଟୋରୀ ଫର୍ ଚେଞ୍ଜର ମିଳିତ ସହଯୋଗରେ ସମ୍ବଲପୁର ଚିଡ଼ିଆଖାନାରେ ଏକ ବିଶେଷ କାହାଣୀ କାର୍ଯ୍ୟଶାଳା ଆୟୋଜିତ ହୋଇଥିଲା । କାହାଣୀ ମାଧ୍ୟମରେ ଆନନ୍ଦମୟ ଶିକ୍ଷା ଓ ପରିବେଶ ପ୍ରତି ଅଧିକରୁ ଅଧିକ ସମ୍ବେଦନଶୀଳ ପରିଚାଳକ ତିଆରି କରିବା ଉଦେ୍ଦଶ୍ୟରେ ହୋଇଥିବା ଏହି କାର୍ଯ୍ୟଶାଳାରକୁ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାସ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଉପକୂଳସଚିବ ଡ଼. ଉମାଚରଣ ପତି ସମ୍ମାନିତ ଅତିଥି, ନାଟ୍ୟକାର ପ୍ରଦୀପ ପଣ୍ଡା ଓ ଅନୁପମ ରାଉତ ଉପସ୍ଥିତ ଥିଲେ । ଟ୍ରଷ୍ଟି ସଚ୍ଚିଦାନନ୍ଦ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରି ବିଭିନ୍ନ ପ୍ରକାରର କାହାଣୀ କହିବା ଓ ତିଆରି କରିବା କୌଶଳ ପ୍ରଶିକ୍ଷଣ ଦେଇଥିଲେ । ଏହି ଅବସରରେ ପୁସ୍ତକ ଏକ ବିଶେଷ କାହାଣୀ ପୁସ୍ତକ "କାହାଣୀର ଆକାଶ’ ଉନ୍ମୋଚିତ ହୋଇଥିଲା । ୭ ଜିଲ୍ଲା ଓ ୨ ରାଜ୍ୟର ୧୦ଟି ଅନୁଷ୍ଠାନର ପ୍ରତିନିଧି ଏହି କାର୍ଯ୍ୟଶାଳାରେ ଅଂଶଗ୍ରହଣ କରିଥିଲେ ।