ଜିଲ୍ଲାସ୍ତରୀୟ କ୍ୟାରମ୍ ପ୍ରତିଯୋଗିତା
ସାଲେପୁର : ସାହେଶ୍ୱରୀ କ୍ଲବ୍ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ୟାରମ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯୁବ ସମାଜସେବୀ ଗୋଲଖ ଚନ୍ଦ୍ର ପରିଡ଼ାଙ୍କ ସହଯୋଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ସ୍ଥାନୀୟ ଅଞ୍ଚଳର ଯୁବ ସମାଜସେବୀ ଶ୍ରୀପତୀ କର ଉଦ୍ଘାଟନ କରିଥିବାବେଳେ ଏଥିରେ ମିହିର କୁମାର ଜେନା, ସମାଜସେବୀ ନନ୍ଦକିଶୋର ଭୂୟାଁ, ସାହେଶ୍ୱରୀ କ୍ଲବ୍ର ସଭାପତି ଶ୍ରୀପତି ନାରାୟଣ ଷଡ଼ଙ୍ଗୀ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ୧୬ଗୋଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗିତାକୁ ସାହେଶ୍ୱରୀ କ୍ଲବ୍ର ସଦସ୍ୟ ଶକ୍ତି ପ୍ରତିକ ଷଡ଼ଙ୍ଗୀ, ଶଙ୍କର କାଣ୍ଡି, ଚନ୍ଦ୍ରକାନ୍ତ କର, ଅନୁପମ ଗୌରବ ଦାସ, ଅରବିନ୍ଦ ଭୂୟାଁ, ମୀନକେତନ କାଣ୍ଡି, ଚନ୍ଦନ ସାମଲ, ମଦନମୋହନ ସାହୁ, ଗୋପାଳକୃଷ୍ଣ ଭୂୟାଁ, ସତ୍ୟଜିତ୍ କର, ଦୟାନିଧି ପତି, କେଦାର ସ୍ୱାଇଁ, ରଂଜିତ୍ ଭୋଇ, କେଶବ ନାୟକ, ସମ୍ବିତ କୁମାର ମଲ୍ଲିକଙ୍କ ସମେତ କ୍ଲବ୍ର ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ ।