ମିନି ଷ୍ଟାଡିୟମ୍ ଉଦ୍ଘାଟିତ
ପାରାଦୀପ: ପାରାଦୀପ ଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆର ଉନ୍ନତି କରଣ ଓ ଗ୍ୟାଲେରୀ ଉଦ୍ଘାଟିତ ହୋଇଯାଇଛି । ଆର୍ସେଲର, ମିତ୍ତଲ ଓ ନିପ୍ପନ ଷ୍ଟିଲ୍ କମ୍ପାନି ଦ୍ୱାରା ନିର୍ମିତ ଏହି ମିନି ଷ୍ଟାଡିୟମକୁ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସରପଞ୍ଚ ସସ୍ମିତା ବେହେରା ବିଭିନ୍ନ କଳ କାରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ବେଳେ ଆର୍ସେଲର ମିତ୍ତଲ ଓ ନିପ୍ନନ୍ ଷ୍ଟିଲ କମ୍ପାନୀ ତାର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ଉକ୍ତ ମିନି ଷ୍ଟାଡିୟମ ନିର୍ମାଣ କରିଥିଲା । ଆଜି ଏକ ସ୍ୱତନ୍ତ୍ର ଉସôବରେ ସମ୍ମାନିତ ଅତିଥି ଭାବେ କମ୍ପାନୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜି.ସୁରେଶା, ସିଏସଆର୍, ମୁଖ୍ୟ ବିକାଶ ୟଦେବେନ୍ଦୁ, ନୂଆଗଡ ସରପଞ୍ଚ ଦେବେନ୍ଦ୍ର ରାଉତ, ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା ପ୍ରମୁଖ ଉକ୍ତ ଉସôବରେ ଯୋଗ ଦେଇଥିଲେ ।