ଯାତାୟାତରେ ବାଧକ ସାଜିଛି ବାଡିଙ୍ଗିକୁଟି ନାଳ

 କନ୍ଧମାଳ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ୨ଟି ଗାଁର ବସବାସ କରୁଥିବା ଗୃହ ସଂଖ୍ୟା ପ୍ରାୟତଃ ୫୦ରୁ ଅଧିକ, କିନ୍ତୁ ଲୋକଙ୍କ ପାଇଁ ବର୍ତ୍ତମାନ ଯାତାୟତରେ ବାଧକ ସାଜିଛି ବାଡିଙ୍ଗ୍ କୁଟି ନାଳ । ପୂର୍ବରୁ ବର୍ଷା ଦିନ ଆସିଲେ ଏମାନଙ୍କ ପାଇଁ କାଠ ପୋଲ ଭରସା ହେଉଥିବାବେଳେ, ପୋଲ ଭାସି ଗଲେ ଏମାନଙ୍କ ପାଇଁ ଯୋଗାଯୋଗ ବିଛିନ୍ନ ହୋଇଯାଉଛି । ଯାହାଫଳରେ ବିଦ୍ୟାଳୟ, ଅଙ୍ଗନୱାଡି ଶିକ୍ଷା, ସ୍ୱାସ୍ଥ୍ୟ ଏମିତି କି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଭତ୍ତା ପାଇଁ ମଧ୍ୟ ନାହିଁ ନ ଥିବା ଅସୁବିଧା ଭୋଗିବାକୁ ପଢୁଛି । ବାଡିଙ୍ଗ୍ କୁଟି ନାଳ ପାଦେରୀପଡା ନାଳ ଯାତାୟତ ପାଇଁ ବାଧକ ସାଜିଛି ଏହି ନାଳ । ରାଇଗୁଡା, ଝିଡିଙ୍ଗିପଡା ଲୁଇସିଂ ପଞ୍ଚାୟତଠାରୁ ପାଦେରିପଡା ଦେଇ ଯାଇଥିବା ରାସ୍ତା ମଝିରେ ପଡୁଛି । ଏହି ନାଳରେ ପ୍ରତିବର୍ଷ ଲୋକେ କାଠ ପୋଲ କରି କିମ୍ବା କାଠକୁ ଗଛ ସହ ଯୋଡି ବିପଦପୂର୍ଣ୍ଣ ଭାବେ ଯାତାୟତ କରିଥାନ୍ତି । ପ୍ରତିବର୍ଷ ବର୍ଷାରେ ଧୋଇ ହୋଇଯାଏ ପୁଣି ନିଜ ଖର୍ଚ୍ଚରେ କାଠ ଆଣି ପୋଲ ନିର୍ମାଣ କରି ବିଦ୍ୟାଳୟଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଏମିତି କି ପ୍ରତ୍ୟେକ କାର୍ଯ୍ୟ ପାଇଁ କାଠ ପୋଲ ଉପରେ ନିର୍ଭର କରିବାକୁ ପଡ଼ିଥା । ବର୍ତ୍ତମାନ କିଛି ଦିନ ହେବ ବର୍ଷା ଲାଗି ରହିଥିବାରୁ ପାଦେରୀପଡା, ଝିଡିଙ୍ଗ ପଡା ନାଳରେ ପ୍ରବଳ ବର୍ଷା ପାଣି ଯାଉଥିବାରୁ ଲୋକେ ବିପଦପୂର୍ଣ୍ଣ ଭାବେ ୨ଟି ଗାଁର ଲୋକେ ଯାତାୟତ ପାଇଁ ବହୁ ଅସୁବିଧା ସମସ୍ୟା ହେଉଛନ୍ତି । ତୁରନ୍ତ ଏହି ଝିଡିଙ୍ଗିପଡା ଓ ପାଦେରୀପଡା ନାଳରେ ଯାତାୟତ ସୁବିଧା ପାଇଁ ପୋଲ ନିର୍ମାଣ କରିବାକୁ ରାଜିବ ଦିଗାଲ, ସନ୍ତୋଷ କହଁର, ରବିନ୍ଦ୍ର ଦିଗାଲ, ନକୁଳ କହଁର, ନନ୍ଦ କହଁର,  ଗିରିଧାରୀ କହଁର, ଲଲିତା କହଁର, ସୁମିତ୍ରା କହଁର, ଶିବାନୀକହଁର, ସାମନ୍ତ କହଁରଙ୍କ ସହ ସମୂହ ଅଞ୍ଚଳବାସୀ ଦାବି କରିଛନ୍ତି ।