ଗଞ୍ଜେଇ ଭର୍ତ୍ତି କାର ଜବତ, ୨ ଗିରଫ 

 ସମ୍ବଲପୁର: ସମ୍ବଲପୁର ଅବକାରୀ ପୁଲିସ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବିହାର ଜେଠୁଲିର ପ୍ରମୋଦ କୁମାର (୨୨) ଓ ରଘୁପୁର ଅଞ୍ଚଳର ଅରବିନ୍ଦ କୁମାର(୨୫) । ଏମାନଙ୍କ ଠାରୁ ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର ସମେତ ୨୧ କେଜି ଗଞ୍ଜେଇ ଜବତ କରାଯାଇଛି । ଏହାକୁ ଭିତ୍ତି କରି କେସ୍ ନଂ ୭୭/୨୫ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଅଇଁଠାପାଲି ପୁଲିସ୍ ୧୦ ନଂ ରାଜ୍ୟ ରାଜପଥର ଭାଲୁପାଲି ଛକ ନିକଟରେ ଏକ କାର୍କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଗାଡିରୁ ଉପରୋକ୍ତ ପରିମାଣର ଗଞ୍ଜେଇ ମିଳିଥିଲା ।