ସମରଶିକ୍ଷାର୍ଥୀବାହିନୀ ଚୟନ ଶିବିର

 ଜଗତସିଂହପୁର : ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆର୍ମି ବାଟାଲିୟନର କମାଣ୍ଡିଂ ଅଫିସର ଲେଫଟନାଣ୍ଟ କର୍ଣ୍ଣେଲ ବି. ଭୂୟାଁଙ୍କ ନିଦେ୍ର୍ଦଶ ଅନୁସାରେ ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ଏନସିସି କ୍ୟାଡଟ ମାନଙ୍କର ୨୦୨୫ ପ୍ରଶିକ୍ଷଣ ବର୍ଷ ପାଇଁ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଟାଲିୟନ ତରଫରୁ ସୁବେଦାର ମେଜର ଜମ୍ବେଶ୍ୱର ସାମଲ ଓ ହାବିଲଦାର ବିମଲ ରାଇ ଯୋଗଦେଇ କ୍ୟାଡଟ ମାନଙ୍କର ଆବଶ୍ୟକୀୟ ଡକୁମେଣ୍ଟ, ଦୌଡ଼, ପୁସଅପ, ସିଟଅପ, ଉଚତା, ଓଜନ, ପ୍ରଭୁତି ନିରୀକ୍ଷଣ କରି ୨୩ଜଣ ଜୁନିୟର ଉଇଙ୍ଗ କ୍ୟାଡଟ ଏବଂ ୨୬ ଜଣ ଜୁନିୟର ଡିଭିଜନ କ୍ୟାଡଟଙ୍କୁ ମନୋନୀତ କରିଥିଲେ । କ୍ୟାଡଟ ମାନଙ୍କର ଚୟନ ପ୍ରକିୟାର ପ୍ରତ୍ୟକ କାର୍ଯ୍ୟକ୍ରମକୁ ଏନସିସି ଅଫିସର ଅମୂଲ୍ୟ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, କ୍ରୀଡ଼ାଶିକ୍ଷକ ଅଭିଜିତ ପରିଡା ସିନିୟର କ୍ୟାଡଟ ସାଇ ସୌମ୍ୟ ଦାସ ଓ ଶକ୍ତିପ୍ରକାଶିନୀ ତାରେଣିଆ ପ୍ରମୁକ ସହଯୋଗ କରିଥିଲେ ।