ସ୍କୁଟିରୁ ପଡ଼ି ଶିକ୍ଷୟିତ୍ରୀ ଆହତ

 ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜଳସୁଆଁ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଅଙ୍କିତା ପାଣି ସ୍କୁଟିରୁ ପଡ଼ି ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ଉକ୍ତ ଶିକ୍ଷୟତ୍ରୀ ଜଣକ ସ୍କୁଟି ଯୋଗେ ବିଦ୍ୟାଳୟକୁ ଯାଉଥିଲେ । ତେବେ ସେହି ରାସ୍ତାର ବଡ଼ପଡ଼ିଆ ଗ୍ରାମସ୍ଥିତ ପବନ ଶ୍ରୀକ୍ଷେତ୍ର ଶାନ୍ତି ଧାମର ଜଗନ୍ନାଥ ମନ୍ଦିର ନିକଟରେ ସେହି ଗ୍ରାମର ଜୈନିକ ବ୍ୟକ୍ତି ରାସ୍ତା ଉପରେ ବଡ଼ ଉଚ୍ଚତା ବିଶିଷ୍ଟ ଏକ ବେଆଇନ ହମ୍ପସ ନିର୍ମାଣ କରିଛନ୍ତି । ଦୁର୍ଭାଗ୍ୟକୁ ଆଜି ଶିକ୍ଷୟତ୍ରୀ ଶ୍ରୀମତୀ ପାଣି ବିଦ୍ୟାଳୟ କୁ ଯାଉଥିବା ସମୟରେ ଏହି ହମ୍ପସକୁକୁ ଦେଖି ଗାଡ଼ିକୁ ନିୟନ୍ତ୍ରଣ କରିପାରିନଥିଲେ । ଯଦ୍ୱାରା ଶ୍ରୀମତୀ ପାଣି ଘଟଣା ସ୍ଥଳରେ ସ୍କୁଟି ସହ ନିଜେ ପଡ଼ି  ଆହତ ହୋଇଥିଲେ । ଘଟଣା ପରେ ଗ୍ରାମର କିଛି ଲୋକ ଏହି ବେଆଇନ ହମ୍ପସକୁ ବିରୋଧ କରିବାରୁ ଜୈନିକ ବ୍ୟକ୍ତି ଜଣକ ହମ୍ପସକୁ ହଟାଇ ଦେଇଥିବା ଜଣାପଡ଼ିଛି ।