ଧାମନଗର ମେଡିକାଲରେ ଅଗ୍ନିକାଣ୍ଡ
ଧାମନଗର: ଧାମନଗର ମେଡିକାଲରେ ଥିବା ସମନ୍ୱିତ ପରୀକ୍ଷାଗାର ଏବଂ ନିଦାନ ଗୃହରେ ରବିବାର ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡିଯାଇଛି । ସୋମବାର ସକାଳେ ପରୀକ୍ଷାଗାର କର୍ମଚାରି ଗୃହ ଖୋଲିବା ପରେ ଯନ୍ତ୍ରାଂଶ ପୋଡ଼ି ଥିବାର ମେଡିକାଲ ଅଧିକାରିଙ୍କୁ ସୂଚନା ଦେବାପରେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତେବେ ରବିବାର ରାତିରେ ବର୍ଷା ସହ ଘଡଘଡି ମାରିବା ଦ୍ୱାରା ଏପରି ଘଟଣା ଘଟିଥାଏ ବୋଲି ମେଡିକାଲ ଅଫିସର ମନ୍ମୟ କୁମାର ସାମନ୍ତ ସିଂହାର କହିଛନ୍ତି । ଦାୟିତ୍ୱରେ ଥିବା କର୍ମଚାରୀ ଯିବା ପୂର୍ବରୁ ପରୀକ୍ଷାଗାରର ଯନ୍ତ୍ରାଂଶ ଗୁଡ଼ିକରୁ ଲାଇନି କାଟି ନଥିଲେ କାହିଁକି । ଏହା କର୍ମଚାରୀଙ୍କ ଅବହେଳା ନୁହେଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।