ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ : ପୁଣି ସଭାପତି ହେଲେ ଲୋକନାଥ

 ନୀଳଗିରି : ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ସ୍ଥିତ ଗୁରୁକୃପା ହୋଟେଲ ସଭାଗୃହରେ ଉକ୍ରଳ ସାମ୍ବାଦିକ ସଂଘ ବାଲେଶ୍ୱର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟବକ୍ତା ରାଜ୍ୟ ସଭାପତି ବିଭୁତି ଭୂଷଣ କର, ସମ୍ମାନିତ ଅତିଥି ବାଉଁଶବଣିଆ ସରପଞ୍ଚ ନିରଞ୍ଜନ ବାରିକ ଏବଂ ୨ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ, ସଙ୍ଘର ବରିଷ୍ଠ ସଦସ୍ୟ ଅକ୍ଷୟ ପଟ୍ଟନାୟକ ଏବଂ ବିଶ୍ୱଜିତ ମିଶ୍ର, ଜିଲ୍ଲା ସଭାପତି ଲୋକନାଥ ଦଳେଇ ପ୍ରମୁଖ ମଞ୍ଚାସୀନ ହୋଇ ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ମତ ରଖିଥିଲେ  । ସଭାରେ ନିରଞ୍ଜନ ବାରିକ ଏବଂ ଜୟଶ୍ରୀ ବେହେରା ମଞ୍ଚ ପରିଚାଳନା କରିଥିଲେ  । ସର୍ବସମ୍ମତି କ୍ରମେ ଆଗାମୀ ୩ ବର୍ଷ ପାଇଁ ପୁନଶ୍ଚ ଲୋକନାଥ ଦଳେଇ ସଭାପତି ଭାବେ ଚୟନ ହୋଇଛନ୍ତି । ଏହି ଅବସରରେ ନୀଳଗିରି ଯୁବ ପ୍ରତିଭା ଚନ୍ଦ୍ରବିନ୍ଦୁ ଦାସ, କାଣ୍ଡଗରଡ଼ି ସରପଞ୍ଚ ରାଜେନ୍ଦ୍ର ରାଉତ, ବରିଷ୍ଠ ସାମ୍ବାଦିକ ଭଗବାନ ମହଲ, ଜଗନ୍ନାଥ ପାତ୍ର, ଅମିତ ବଳିଆରସିଂ, ଯୁବ ସାମ୍ବାଦିକ ସ୍ୱର୍ଗତ ମନୋରଞ୍ଜନ ପ୍ରଧାନଙ୍କ ପତ୍ନୀ ମାଳତୀ ପ୍ରଧାନ, ସୁଶାନ୍ତ ବେହେରାଙ୍କ ମାତା ସୁକାନ୍ତି ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ଉପସଭାପତି ଆତ୍ମାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଧାଂଶୁ ଶେଖର ବାରିକ, ରାଜାରାମ ଦାସ, ଅମର ଆଚାର୍ଯ୍ୟ, କମଳ ଲୋଚନ ଆଚାର୍ଯ୍ୟ, ଗଗନ ସେଠି, ପ୍ରଶାନ୍ତ ବେହେରା, ରାଜକିଶୋର ମଲ୍ଲିକ, ଜୀବନକୃଷ୍ଣ ବାରିକ, ସତ୍ୟବ୍ରତ ଦାସ, ଭଗବାନ ଦାସ, ଅର୍ଜୁନ ସିଂ, ପ୍ରଶାନ୍ତ ବେହେରା, ସଞ୍ଜୟ ସାମନ୍ତ, ପ୍ରଫୁଲ୍ଲ ସାମନ୍ତରାୟ, ଅଂଶୁମାନ ରାଉତ, ନାରାୟଣ ମିଶ୍ର, ସୁରେଶ ମହାନ୍ତି, ଦୀପକ ପରିଡ଼ା, ପ୍ରସନ୍ନ ପାତ୍ର, ଅଜିତ ସାହୁ, ଗୋପାଳ ବିଶ୍ୱାଳ, ସନ୍ୟାସୀ ବେହେରା, ଦେବେନ୍ଦ୍ର ନାୟକ, ପ୍ରଫୁଲ୍ଲ ପଟ୍ଟନାୟକ, ଅକ୍ଷୟ ଜେନା, ବାହାନଗା ଶରତ ସାମଲ, ପ୍ରମୋଦ ଶିଆଳ, ଲୋକନାଥ ପରିଡା, ରବୀନ୍ଦ୍ର ବିଶ୍ୱାଳ, ଅନାଦି ନାୟକ, ଆଲୋକ ପଣ୍ଡା, ମାନସ ବେଜ, ଚନ୍ଦ୍ରଶେଖର ବାରିକ, ବିଭୁତି ଭୂଷଣ ବେହେରା, ନିହାର ରଞ୍ଜନ ଜେନା, ଖଗେଶ୍ୱର ପରମାଣିକ, ସମରେନ୍ଦ୍ର ବାରିକ, ପ୍ରଫୁଲ୍ଲ ମହାନ୍ତି, ରିତୁନନ୍ଦ ଆଚାର୍ଯ୍ୟ, ମାନସ ମହାନ୍ତି, ସୁଶାନ୍ତ ସେଠି, ପ୍ରଶାନ୍ତ ବିଶ୍ୱାଳ, ପ୍ରସନ୍ନ ପାତ୍ର, ଅଜିତ ସାହୁ, ଦୀପକ ପରିଡ଼ା, ଗୋପାଳ ବିଶ୍ୱାଳ, ସନ୍ୟାସୀ ବେହେରା, ଅକ୍ଷୟ ଜେନା, ଦେବେନ୍ଦ୍ର ନାୟକ, ପ୍ରଫୁଲ୍ଲ ପଟ୍ଟନାୟକ, ଅନାଦି ଚରଣ ନାୟକ, ପଦ୍ମଲୋଚନ ଦାସ, ସଞ୍ଜୟ ଦାସ, ମନୋଜ ଭୂୟାଁ, ରବିନ୍ଦ୍ର ପାତ୍ର, ଜୟନ୍ତ ଦାସ, ଗଜେନ୍ଦ୍ର ମହାଳିକ, ବିରେନ୍ଦ୍ର ରାଉତ, ସନ୍ଦୀପ ପଣ୍ଡା, ସୋର ସେକ ତାଜୁରୁଧିନ, ବିକତ୍ତନ ବାରିକ, ହେମନ୍ତ ବାରିକଙ୍କ ସମେତ୧୮୦ ରୁ ଉଦ୍ଧ୍ୱର୍ ସାମ୍ବାଦିକ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ସଂଘ ପକ୍ଷରୁ ୨୦ ସ୍ଥାନୀୟ ଗରିବ ଆଦିବାସୀ ପରିବାରକୁ ମଶାରୀ ଏବଂ କମ୍ବଳ ବଣ୍ଟନ କରାଯାଇଥିଲା  ।