ପ୍ରକାଶ ଦାସ ହତ୍ୟା ଅଭିଯୁକ୍ତ ଦେବପ୍ରସାଦକୁ ଆଜୀବନ କାରାଦଣ୍ଡ
ଯାଜପୁର ଟାଉନ : ଯାଜପୁର ଥାନା ବୃନ୍ଦାବନପୁର ଗ୍ରାମର ବହୁଚର୍ଚ୍ଚିତ ପ୍ରକାଶ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଦେବ ପ୍ରସାଦ ମଲ୍ଲିକ ଓରଫ ଦେବୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପ୍ରକାଶ ଏହିକି ଯାଜପୁର ଥାନା ରାହାସୋଇ ଗ୍ରାମ ବୃନ୍ଦାବନପୁରର ପ୍ରକାଶ ପ୍ରାୟ ପ୍ରତ୍ୟେକ ଦିନ ଭଳି ୨୦୨୧ ମସିହା ଡିସେମ୍ବର ୧୨ତାରିଖ ସକାଳ ୭ ଘଟିକା ସମୟରେ ହନୁମାନ ମନ୍ଦିର ନିକଟରେ ଦାନ୍ତ ଘଷୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ଦେବ ପ୍ରସାଦ ମଲ୍ଲିକ (୩୨) ଓରଫ ଦେବୁ ତା’ ଏକ ଧାରୁଆ କଟୁରୀ ସାହାଯ୍ୟରେ ପ୍ରକାଶର ଆଗପଟ ବେକକୁ ହାଣି ପକାଇଥିଲା । ଯାହାଫଳରେ ପ୍ରକାଶର ବେକ ଅଧା ଝୁଲିପଡ଼ିଥିଲା । ଗୁରୁତର ଅବସ୍ଥ୍ାରେ ମେଡ଼ିକାଲକୁ ଆଣିବା ବାଟରେ ମୃତୁ୍ୟ ଘଟିଥିଲା । ମୃତ ପ୍ରକାଶଙ୍କ ସ୍ତ୍ରୀ ଯଶୋବନ୍ତୀ ଯାଜପୁର ଥାନାରେ ଏତଲା କରିଥିଲେ । ଏତଲାକୁ ଆଧାରରେ ଯାଜପୁର ପୁଲିସ ୪୫୦/୨୦୨୧ରେ ମାମଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତ ଦେବୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିଦିନ ଠାରୁ ଅଭିଯୁକ୍ତ ଦେବୁ ବିଚାରଧିନ କଏଦୀ ଭାବେ ଯାଜପୁର ଜେଲ୍ରେ ରହି ଆସିଥିବା ବେଳେ ଆଜି ମାମଲାର ଚୂଡ଼ାନ୍ତ ଶୁଣାଣ କରି ୨୨ଜଣ ସାକ୍ଷୀ ଓ ୧୮ଟି ଦସ୍ତାବିଜ୍କୁ ଆଧାର କରି ଯାଜପୁର ଜିଲ୍ଲା ଦୌରା ଜଜ୍ ଅମୃତ ରଞ୍ଜନ ନନ୍ଦ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜରିମାନା କରି ଏକ ରାୟ ପ୍ରକାଶିତ କରିଛନ୍ତି । ଜରିମାନା ଅର୍ଥ ଅନାଦେୟରେ ଅଭିଯୁକ୍ତ ଅଧିକ ୬ମାସ ଜେଲ୍ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକୁ୍ୟଟର ମୋନାଲି ରାଇସା, ସ୍ପେଶାଲ ପବ୍ଲିକ ପ୍ରସିକୁ୍ୟଟର ସମରେନ୍ଦ୍ର ଦାସ ମାମଲାଟିକୁ ପରିଚାଳନା କରିଥିଲେ ।