‘ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ’ ସଚେତନତା ସାଇକେଲ ରାଲି
ଭୁବନେଶ୍ୱର : ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପରିବେଶ ଅଧ୍ୟୟନ କେନ୍ଦ୍ରର ଯୁଗ୍ମ ସହଯୋଗରେ ଆଜି ସ୍ଥାନୀୟ ଫରେଷ୍ଟ ପାର୍କରେ "ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ’ ୨୦୨୫ ପାଳନ କରିବା ଓ ସ୍ୱଚ୍ଛ ପରିବେଶ ଏବଂ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ପ୍ରସାର କରିବା ଉଦେ୍ଦଶ୍ୟରେ ଏକ ବିଶାଳ ସଚେତନତା ବାଇ-ସାଇକେଲ ରାଲି ଆୟୋଜିତ ହୋଇଥିଲା ।
ଚଳିତ ବର୍ଷର ବିଷୟବସ୍ତୁ, "ସ୍ୱଚ୍ଛ ବାୟୁ ପାଇଁ ଦୌଡ’, ବାୟୁ ପ୍ରଦୂଷଣ ବିରୁଦ୍ଧରେ ସାମୂହିକ ପଦକ୍ଷେପ ଓ ସ୍ଥାୟୀ ଜୀବନଶୈଳୀର ପ୍ରୋସôାହନ ସମ୍ବନ୍ଧୀୟ ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରିଛି । ଏହି ରାଲିକୁ ମୁଖ୍ୟ ଅତିଥି ଅତିରିକ୍ତ ମୁଖ୍ୟ ସଚିବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗୃହ ବିଭାଗ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଉମା ନାନ୍ଦୁରୀ, ମୁଖ୍ୟ ପରିବେଶ ଇଞ୍ଜିନିୟର ଡକ୍ଟର ନିହାର ରଞ୍ଜନ ସାହୁ, ବରିଷ୍ଠ ପରିବେଶ ଇଞ୍ଜିନିୟର ଦିଲ୍ଲୀପ କୁମାର ଦାଶ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ କହିଲେ ଯେ ସାରା ବିଶ୍ୱରେ ପ୍ରତିବର୍ଷ ସେପ୍ଟେମ୍ବର ୭ ତାରିଖରେ ପାଳନ କରାଯାଉଥିବା ଏହି ଦିବସ, ଆମେ ନିଶ୍ୱାସ ନେଉଥିବା ବାୟୁକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ଏବଂ ଭବିଷ୍ୟତ ପିଢ଼ିକୁ ଏକ ନିର୍ମଳ, ସୁସ୍ଥ ଏବଂ ସ୍ଥାୟୀ ପରିବେଶ ପ୍ରଦାନ କରିବା ନିଶ୍ଚିତ କରିବାର ଜରୁରୀ ଆବଶ୍ୟକତାକୁ ସ୍ମରଣ କରାଇ ଦିଏ । ସ୍ୱଚ୍ଛ ବାୟୁ ଆମର ମୌଳିକ ଅଧିକାର ଏବଂ ସାମୂହିକ ଦାୟିତ୍ୱ । ଆଜିର ରାଲି କେବଳ ଏକ ପ୍ରତୀକାତ୍ମକ କାର୍ଯ୍ୟକ୍ରମ ନୁହେଁ ବରଂ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରେ ଯେ ଆମର ଆକାଶକୁ ନୀଳ ଏବଂ ଆମ ବାୟୁକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଦିଗରେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଗୋଷ୍ଠୀ ଏବଂ ପ୍ରତ୍ୟେକ ଅନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ସେ ଜନସାଧାରଣଙ୍କୁ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ବିପଦର ମୁକାବିଲା କରିବା ପାଇଁ ସାଇକେଲ, ସାର୍ବଜନୀନ ପରିବହନ ଏବଂ ନବୀକରଣୀୟ ଶକ୍ତି ଉସô ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ । ଡକ୍ଟର ନିହାର ରଞ୍ଜନ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଇଂ ଦିଲ୍ଲୀପ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ୫ କିଲୋମିଟର ସାଇକେଲ ରାଲି ଫରେଷ୍ଟ ପାର୍କରୁ ଆରମ୍ଭ ହୋଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର, ଯୁବ ସ୍ୱେଚ୍ଛାସେବକ, ଇକୋ-କ୍ଲବର ସଦସ୍ୟ, ପରିବେଶ କର୍ମୀ ଓ ସ୍ଥାନୀୟ ନାଗରିକଙ୍କ ଉସôାହୀ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯେଉଁମାନେ ସ୍ୱଚ୍ଛ ବାୟୁ, ସ୍ୱଚ୍ଛ ଗତିଶୀଳତା ଓ ଦୂଷିତ ବାୟୁ ନିର୍ଗମନ ହ୍ରାସକୁ ପ୍ରୋସôାହିତ କରୁଥିବା ବାର୍ତ୍ତା ସହିତ ପ୍ଲାକାର୍ଡ ଧରିଥିଲେ । ଇ-ରିକ୍ସାଗୁଡିକ ସାରା ସହରରେ ସଚେତନତା ବାର୍ତ୍ତା ଘୋଷଣା କରିଥିଲା ।