ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ବିଷାକ୍ତ ମଦ: ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ

 ଭୁବନେଶ୍ୱର:  ରାଜ୍ୟରେ ନୂଆ ଅବକାରୀ ନୀତି ୨୦୨୫-୨୬ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଫର୍ଚୁନ୍ ଟାୱାର ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅବକାରୀ ବିଭାଗ କମିଶନର ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ଜୀବନ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ବିଷାକ୍ତ ମଦ୍ୟପାନ ଜନିତ ମୃତୁ୍ୟ କିମ୍ବା ଅସୁସ୍ଥତାକୁ ସରକାର କୌଣସି ପରିସ୍ଥିତିରେ ଗ୍ରହଣ କରିବେ ନାହିଁ । ଏହିଭଳି ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ସମୂହଙ୍କ ପ୍ରତି କଡ଼ା ଦଣ୍ଡବିଧାନ ବ୍ୟବସ୍ଥା ରହିଛି ବୋଲି କମିଶନର ପ୍ରକାଶ କରିଥିଲେ ।
ବୈଠକରେ ଅନ୍ତର୍ଜାତୀୟ ସ୍ପିରିଟ ଆଣ୍ଡ ୱାଇନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ପ୍ରତିନିଧିମଣ୍ଡଳୀ, ମଦ ପ୍ରସ୍ତୁତି ସଂଘର ସିଇଓ, ବିଦେଶୀ ମଦ ବିକ୍ରୟ ସଂଘର ପ୍ରତିନିଧି, ହୋଟେଲ ଓ ରେଷ୍ଟୁରାଣ୍ଟ୍ ସଂଘର କର୍ମକର୍ତ୍ତା, ଦେଶୀ ମଦ ଦୋକାନୀ ସମୂହ, ଇଥାନେଲ ଓ ମିଥାନେଲ୍ ପ୍ରସ୍ତୁତକାରୀଙ୍କ ସମେତ ପଞ୍ଚାୟତିରାଜ, ଶିଳ୍ପ, ପର୍ଯ୍ୟଟନ, ଉଦ୍ୟାନ କୃଷି ଏବଂ ଅର୍ଥ ବିଭାଗର ନୋଡ଼ାଲ ଅଧିକାରୀ ଏଥିରେ ଯୋଗ ଦେଇଥିଲେ । ଏକ ସଶକ୍ତ ଇକୋସିଷ୍ଟମ୍ ବିକଶିତ କରି ଦାୟିତ୍ୱପୂର୍ଣ୍ଣ ମଦ୍ୟପାନକୁ ଗୁରୁତ୍ୱ ଦିଆଯିବା, ସମସ୍ତଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ, ରାଜଗୃହାଳି ହ୍ରାସ ନେଇ ବୈଠକରେ ଅଂଶୀଦାରଙ୍କ ସହ ଆଲୋଚନା ହୋଇଥିଲା । ଏଥି ସହିତ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି, ମୂଲ୍ୟ ନିର୍ଦ୍ଧାରଣ, ଟିକସ ଢାଞ୍ଚାର ନବୀକରଣ, ବିଭିନ୍ନ ବିଭାଗ ସହ ସମନ୍ୱୟ, ସଡ଼କ ସୁରକ୍ଷା, ହୋଟେଲ ଶିଳ୍ପ, ବେଆଇନ ମଦକାରବାର ଦୂରୀକରଣ ନିମନ୍ତେ ନୂଆ ଜୀବିକା ସୃଷ୍ଟି ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା । ବୈଠକରେ ଅବକାରୀ କମିଶନର ନରସିଂହ ଭୋଳ, ଓଏସ୍ବିସି ଏର୍ତ୍ତି ଅମ୍ବର କର, ସିଜିଏମ୍ ମାଳସ ସ୍ୱାଇଁ, ଜିଏମ୍ ସଞ୍ଜୟ ରାଉତଙ୍କ ସମେତ ବିଭିନ୍ନ ବିଭାଗର ନୋଡ଼ାଲ ଅଧିକାରୀମାନେ ଉପସ୍ଥିତ ଥିଲେ ।