ନୂଆପଡାର ବିକାଶ ପାଇଁ ସବୁଦିନେ ମନେ ରହିବେ ଢୋଲକିଆ: ନବୀନ
ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡାରେ ଆୟୋଜିତ ଶୋକ ସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଯୋଗ ଦେଇ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ୱର୍ଗତ ଢୋଲକିଆ ବିଜୁ ଜନତା ଦଳର ଗୋଟେ ସ୍ତମ୍ଭ ଥିଲେ । ଦଳକୁ ମଜଭୁତ କରିବାରେ ତାଙ୍କର ବିଶେଷ ଅବଦାନ ଥିଲା । ସେ ସବୁବେଳେ ଲୋକଙ୍କ ସହ ଯୋଡି ହୋଇ ରହିଥିଲେ ।
ସାଧାରଣ ଲୋକଙ୍କ ସହ ସ୍ୱର୍ଗତ ଢୋଲକିଆଙ୍କ ସମ୍ପର୍କ ବିଷୟ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ୱର୍ଗତ ଢୋଲକିଆ ଲୋକଙ୍କ ସୁଖ ଦୁଃଖର ସାଥି ଥିଲେ । ନୂଆପଡାର ବିକାଶରେ ସ୍ୱର୍ଗତ ଢୋଲକିଆଙ୍କ ଅବଦାନ ବିଷୟରେ ରେ ସ୍ମରଣ କରାଇ ନବୀନ କହିଛନ୍ତି ଯେ ଭିତ୍ତିଭୂମି ବିକାଶ ବିଶେଷ କରି ନୂଆପଡା ରେ ବିଜୁ ଏକ୍ସପ୍ରେସ ୱେ, ପିଇବା ପାଣି ଓ ଜଳସେଚନ କ୍ଷେତ୍ରରେ ସ୍ୱର୍ଗତ ଢୋଲକିଆ ବହୁତ ଭଲ କାମ କରିଥିଲେ । ସେହିପରି ଜନଜାତି ଭାଇ ଭଉଣୀ ମାନଙ୍କ କଲ୍ୟାଣ ସହ ନୂଆପଡା ରେ ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ପାଇଁ ଢୋଲକିଆ ବାବୁଙ୍କ ଅବଦାନ ବହୁତ ବେଶୀ । ସମାଜସେବା କ୍ଷେତ୍ରରେ ଢୋଲକିଆ ବାବୁଙ୍କ ବିଶେଷ ପରିଚୟ ଥିଲା ବୋଲି ନବୀନ କହିଛନ୍ତି । ଗରିବ ଲୋକ ଙ୍କ ବିବାହ ହେଉ ବା ଚକ୍ଷୁ ଚିକିସôା ଶିବିର ଓ ଭିନ୍ନକ୍ଷମ ମାନଙ୍କ ପାଇଁ ଶିବିର ଆୟୋଜନ କରି ସେ ଲୋକଙ୍କ ସେବା ଜାରି ରଖିଥିଲେ । ଏ ଦୁଃଖ ସମୟରେ ସେ ନିଜେ ଏବଂ ପୂରା ବିଜୁ ଜନତା ଦଳ ଢୋଲକିଆ ବାବୁଙ୍କ ପରିବାର ସହ ରହିଛନ୍ତି । ତାଙ୍କ ପନôୀ କଳ୍ପନା ଜୀ ଓ ପୁଅ ଜୟ ଙ୍କୁ ଓ ନୂଆପଡା ବାସୀଙ୍କୁ ମଧ୍ୟ ନବୀନ ଗଭୀର ସମବେଦନା ଜଣାଇଥିଲେ । ଢୋଲକିଆ ବାବୁଙ୍କ ଅଧୁରା କାମକୁ ପୂରା କରିବାକୁ ତାଙ୍କ ପରିବାର ସହ ସେ ନିଜେ ଓ ବିଜୁ ଜନତା ଦଳ ସମସ୍ତେ ଏକାଠି କାମ କରିବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ ।