ନୂଆ ପିଢିଙ୍କ ପାଇଁ ଉପହାର ‘ଜିଏସଟି ସୁଧାର’: ମନମୋହନ
ଭୁବନେଶ୍ୱର : ଆଜି ହେଉଛି ପବିତ୍ର ନବରାତ୍ରର ପ୍ରଥମ ଦିନ । ଆଜିଠାରୁ ଓଡିଶା ତଥା ସମଗ୍ର ଦେଶରେ ନୂତନ ଜିଏସଟି ସୁଧାର ଲାଗୁ ହେବା ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବ ନାହିଁ ବରଂ ଏହା ସାଧାରଣ ଜନତାଙ୍କର ଜୀବନଯାପନରେ ଏକ ବ୍ୟାପକ ପରିବର୍ତ୍ତନକାରୀ ଐତିହାସିକ ପଦକ୍ଷେପ । ରାଜ୍ୟବାସୀଙ୍କ ତରଫରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ତଥା ଧନ୍ୟବାଦ ଜ୍ଞାପନ କରୁଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ବିକଶିତ ଭାରତର ଗଠନ ପାଇଁ ଗରିବ, ନିମ୍ନ ମଧ୍ୟବତ୍ତ, ମଧ୍ୟବିତ୍ତ ବର୍ଗକୁ ପ୍ରାଧାନ୍ୟ ଦେଇ ବିରାଟ ଆର୍ଥôକ ସଂସ୍କାର କରାଯାଇଛି । ଏହା କେବଳ ଦୀପାବଳି ଉପହାର ନୁହେଁ, ବରଂ ଏହା ହେଉଛି ନୂଆ ପିଢି ପାଇଁ ଓ ବିକଶିତ ଭାରତର ସ୍ରଷ୍ଟାଙ୍କ ପାଇଁ ଉପହାର । ସମସ୍ତ ବର୍ଗଙ୍କୁ ଆର୍ଥôକ ସଶକ୍ତ କରିବ ‘ନୂତନ ଜିଏସ୍ଟି ସୁଧାର’ । ଦୈନନ୍ଦିନ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ ପାଇବା କାରଣରୁ ଗରିବ, ମଧ୍ୟବିତ୍ତ ପରିବାରର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଗୋଟିଏ ବର୍ଷ ଭିତରେ ‘ଆୟକର ସହ ଜିଏସ୍ଟି ଛାଡ’ ହେଉଛି ଡବଲ ଇଂଜିନ ସରକାରର ଡବଲ ଉପହାର । ନୂତନ ପିଢିର ଜିଏସ୍ଟି ସୁଧାର ଦ୍ୱାରା ପ୍ରାୟ ୨ଲକ୍ଷ କୋଟି ଟଙ୍କାର ଦେଶବାସୀଙ୍କୁ ଆର୍ଥôକ ପ୍ରୋସôାହନ ମିଳିବ ଓ ଏହା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ମଜଭୁତ ଶକ୍ତି ଓ ଗତି ପ୍ରଦାନ କରିବ ବୋଲି ଶ୍ରୀ ସାମଲ କହିଛନ୍ତି । ଆଗାମୀ ପିଢିର ଜିଏସଟି ସୁଧାର କାରଣରୁ ଓଡିଶାର କୋଟି କୋଟି କୃଷକଙ୍କର ଆୟରେ ଆଖି ଦୃଶିଆ ଅଭିବୃଦ୍ଧି ହେବ । ୧୫ ଲକ୍ଷରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳି ଓ ତାଙ୍କ ପରିବାର ବର୍ଗ ଆର୍ଥôକ ଦୃଷ୍ଟିରୁ ଆହୁରି ସଶକ୍ତ ହେବେ । କୋଇଲାରେ ସେସ୍ ହଟାଇ ଦିଆଯିବା ଓ ଜିଏସଟି ହାରରେ ପରିବର୍ତ୍ତନ ଯୋଗୁ ଓଡିଶାର ରାଜସ୍ୱରେ ଅଭିବୃଦ୍ଧି ହେବ । ଓଡିଶା ପର୍ଯ୍ୟଟନ ଶିଳ୍ପରେ ବୈପ୍ଲବିକ ପରିବର୍ତ୍ତନ ଆସିବ ଏବଂ ନିଯୁକ୍ତିର ଅପାର ସମ୍ଭାବନା ସୃଷ୍ଟି ହେବ ।
୭୮ ବର୍ଷ ପୂର୍ବେ ଆମକୁ ବିଦେଶୀ ଶାସନରୁ ମୁକ୍ତି ମିଳିଥିଲା, କିନ୍ତୁ ବିଦେଶୀ ଦ୍ରବ୍ୟରୁ ମୁକ୍ତ ହେବା ପାଇଁ ଆଜି ସମୟ ଆସିଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ "ଆମେ ସ୍ୱଦେଶୀ କିଣିବା, ସ୍ୱଦେଶୀ ବିକିବା’ ରେ ସାମିଲ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଓ ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।