ନୂତନ ଦଣ୍ଡବିଧି ଆଇନ ସମ୍ପର୍କରେ ଆଲୋଚନାଚକ୍ର


ାା ପ୍ରଭାନୁ୍ୟଜ୍ ।ା ପୁରୀ:  ଭାରତୀୟ ଆଇନ ଜୀବୀ ସଂଘ, ଓଡ଼ିଶା ଶାଖାର ଆହ୍ୱାନ କ୍ରମେ ଜିଲ୍ଳା ସଂସ୍କୃତି ଭବନ ଠାରେ ନୂତନ ଦଣ୍ଡବିଧି ଆଇନ ୨୦୨୩ ସଂପର୍କରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିଲେ ରାଜ୍ୟ ମାନବିକ ଅଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାସ ଉଦଘାଟନ କରିଥିଲେ । ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ଦାସ ନୂତନ ଭାବେ ବଳବତ୍ତର ହୋଇଥିବା ଏହି ଆଇନ ସଂପର୍କରେ ବହୁତଥ୍ୟ ସମ୍ବଳିତ ଆଲୋଚନା କରିଥିଲେ । ରାଜ୍ୟ ସଂଗଠନ ସଂପାଦକ ଡ଼କ୍ଟର ପ୍ରଶାନ୍ତ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଆଲୋଚନା ଚକ୍ରର ଭିତ୍ତିପତ୍ର ଉପସ୍ଥାପନା କରିଥିଲେ ରାଜ୍ୟ ସାଧାରଣ ସଂପାଦକ ଚିତ୍ତରଂଜନ ନନ୍ଦ । ଓଡ଼ିଶା ହାଇକୋର୍ଟର ଆଡ଼ଭୋକେଟ ପ୍ରଶାନ୍ତ କୁମାର ଜେନା, ପାଟଣା ହାଇକୋର୍ଟର ଯୁବ ଆଇନଜୀବୀ ଶକ୍ତିଗାୟତ୍ରୀ ପଣ୍ଡା, ଦୀପକ କୁମାର ଦାସ, ଅମରେନ୍ଦୁ ମହାନ୍ତି, ଅମୀର ପଟ୍ଟନାୟକ, ଟୁଟୁ ପାତ୍ର, ରମଣୀ ରଂଜନ ରାଉତରାୟ, ହରପ୍ରସାଦ ରଥ, ଓ ବିଦେଶୀ ନାହକ ପ୍ରମୁଖ ନୂତନ ଆଇଡ଼ ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ଆଇନର ସମସ୍ତ ନାକାରାତ୍ମକ ଓ ସକରାତ୍ମକ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ରାଜ୍ୟ ସେମିନାର ଆୟୋଜନ କମିଟିର ଆବାହକ, ରାଉରକେଲା ବାର ଆସୋସିଏସନ ସଭାପତି ସଦାନନ୍ଦ ସାହୁ ଆଲୋଚନା ଚକ୍ରରେ ସଂଯୋଜନା କରିଥିଲେ । ରାଜ୍ୟର ବିଭିନ୍ନ ବାର ଆସୋସିଏସନରୁ ବହୁ ପୁରୁଖା ଆଇନଜୀବୀ ନବାଗତ ଆଇନଜୀବୀ, ଆଇନଜ୍ଞ ଓ ଆଇନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାର ତୁରନ୍ତ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଏହି ଆଇନର ବ୍ୟାପକ ତର୍ଜମା କରିବାକୁ ଆଲୋଚନା ଚକ୍ରରେ ଦାବି କରିଥିଲେ ।