କେହି କାହା କାମ ସଠିକଭାବେ ନକରିବାରୁ ଜଳବନ୍ଦୀ ସମସ୍ୟା ଉପୁଜୁଛି: ସୁଲୋଚନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ଜଳବନ୍ଦୀ ସମସ୍ୟା ଏକ ପ୍ରମୁଖ ସମସ୍ୟାଭାବେ ଉଭା ହୋଇଛି । ସାମାନ୍ୟ ବର୍ଷାରେ ରାଜଧାନୀ ଉବୁଟୁବୁ ହେଉଛି । କେଉଁଠି ରାସ୍ତା ଉପରେ ପାଣି ଜମି ଗାଡ଼ି ଭାସିଲାଣି ତ କେଉଁଠି ଲୋକଙ୍କ ଘରେ ପାଣିପଶିଲାଣି । ତେବେ ରାଜଧାନୀରେ ଜଳବନ୍ଦୀ ସମସ୍ୟା ପଛର କାରଣ କହିଛନ୍ତି ମେୟର ସୁଲୋଚନା ଦାସ ।
ସେ କହିଛନ୍ତି ଯେ ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ରହୁନି । ସମନ୍ୱୟ ଅଭାବରୁ ହିଁ ଜଳବନ୍ଦୀ ସମସ୍ୟା ଉପୁଜୁଛି । କେହି କାହା କାମ ସଠିକଭାବେ ନକରିବାରୁ ଜଳବନ୍ଦୀ ସମସ୍ୟା ହେଉଛି । ତେବେ ସମ୍ବେଦନଶୀଳ ସ୍ଥାନରେ ପମ୍ପସେଟ ରହିଛି । ପାଣି ଜମା ହେଉଥିବା ୧୨ଟି ମୁଖ୍ୟସ୍ଥାନ ଚିହ୍ନଟ ହୋଇଛି । ଜଳବନ୍ଦୀ ହେଉଥିବା କିଛି ସ୍ଥାନର ସ୍ଥାୟୀ ସମାଧାନ ଏକ ଲମ୍ବା ପ୍ରକ୍ରିୟା । ଜବରଦଖଲ ଉଚ୍ଛେଦ ସହ ନାଳ ସଫା, ୱାଲ ମେଣ୍ଟେନ କରାଯାଉଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।