ନୂଆ ପେନସନ୍ ଯୋଜନାକୁ ସ୍ୱାଗତ


ାା ପ୍ରଭାନୁ୍ୟଜ୍ ।ା ଜଟଣୀ: ସରକାରୀ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବହୁ ବିଚାର ବିମର୍ଶ ପରେ କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ୟୁନିଫାଏଡ ପେନସନ୍ ଯୋଜନା ଉପରେ ମୋହର ମାରିଛନ୍ତି । ଏ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଆନୁସଙ୍ଗିକ ଭାବେ ଘୋଷଣା କରିଛନ୍ତି । ଏହି ମର୍ମରେ ପୂର୍ବତଟ ରେଳପଥ ଅଧିନ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ରେଳ ଷ୍ଟେସନ ସମ୍ମୁଖରେ ରେଳ ଶ୍ରମିକ ୟୁନିଅନ ପକ୍ଷରୁ ୟୁନିଅନର ମହାମନ୍ତ୍ରୀ ପ୍ରଦୀପ୍ତ କୁମାର ପାଟ୍ଟଶାଣୀଙ୍କ ନେତୃତ୍ୱରେ ଶତାଧିକ ରେଳ କର୍ମଚାରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ମଣ୍ଡଳ ରେଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଖୁସି ମନାଇବା ସହିତ ଏନପିଏସ୍ ପେନସନ ଭୋଗୀଙ୍କ ସମ୍ପର୍କରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଂଯୋଜକ ରଞ୍ଜିତ କୁମାର ଦାସଙ୍କ ସମେତ ବହୁ ୟୁନିଅନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।