ନ୍ୟାୟପାଳିକା ବିରୋଧରେ ଲେଖିବା ପଡ଼ିଲା ମହଙ୍ଗା : ୨ ବର୍ଷ ପାଇଁ ଆଇନଜୀବୀଙ୍କ ଲାଇସେନ୍ସ ସସ୍ପେଣ୍ଡ

କଟକ: ଭଦ୍ରକର ବିଚାର ବିଭାଗୀୟ ଅଫିସର, ନ୍ୟାୟପାଳିକା ଓ ରାଜ୍ୟ ବାର କାଉନସିଲ ବିରୁଦ୍ଧରେ ଫେସବୁକରେ ନିଜ ନାମକୁ ସାମାନ୍ୟ ବଦଳାଇ କ୍ରମାଗତ ଭାବେ ଲେଖି ଆସୁଥିବା ଭଦ୍ରକର ଆଇନଜୀବି ହେମନ୍ତ କୁମାର ନାୟକଙ୍କ ଲାଇସେନ୍ସକୁ ରାଜ୍ୟ ବାର କାଉନସିଲର ଶୃଙ୍ଖଳାଗତ କମିଟି ୨ ବର୍ଷ ପାଇଁ ସସପେଣ୍ଡ କରିଛି । ଏହି ୨ ବର୍ଷ ମଧ୍ୟରେ ସଂପୃକ୍ତ ଆଇନଜୀବିଙ୍କୁ ମଧ୍ୟ ଏଭଳି ଆଚରରଣରୁ ନିବୃତ୍ତ ରହିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ଏ ସଂପର୍କରେ ବାର କାଉନସିଲ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କାଉନସିଲର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ କହିଛନ୍ତି  ।
ସେ କହିଛନ୍ତିଯେ, ଭଦ୍ରକର ଏହି ଓକିଲ ଶ୍ରୀ ନାୟକ ନିଜେ ଗ୍ରାଣ୍ଟ କୁମାର ନାୟକ (କାଣକ୍ୟ) ନାମରେ ଫେସବୁକ ଆକାଉଣ୍ଟ ଖୋଲି ଗତ କିଛି ବର୍ଷ ହେବ ବିଚାର ବିଭାଗୀୟ ଅଫିସରଙ୍କ ନାମରେ ଅରୁଚିକର ଅସଭ୍ୟ ମନ୍ତବ୍ୟ ଲେଖି ଆସୁଥିଲେ ।  ବିଚାର ବିଭାଗୀୟ ଅଫିସରଙ୍କ ଦୈନନ୍ଦିନ କୋର୍ଟରେ ଥିବା ମକଦ୍ଦମାରବିଚାରକୁ ମଧ୍ୟ ତାସôଲ୍ୟ କରି ଲେଖୁଥିଲେ  । ବାର କାଉନସିଲ ଏହାକୁ ଗୁରୁତର ସହ ଗ୍ରହଣ କରି ରାଜ୍ୟ ପରିଷଦ ଅଧିବେଶନରେ ଗତ ଏପି୍ରଲ ମାସରେ ନିଜଆଡ଼ୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ବାର କାଉନସିଲ ଶୃଙ୍ଖଳାଗତ କମିଟିର ଅଧ୍ୟକ୍ଷ, ହାଇକୋର୍ଟର ବରିଷ୍ଠ ଆଇନଜୀବି ବିଭୁ ପ୍ରସାଦ ତି୍ରପାଠୀ, ଆଇନଜୀବି ତପନ ବିଶ୍ୱାଳ ଓ ଫଣି ଭୂଷଣ ପଟ୍ଟନାୟକଙ୍କ ଦ୍ୱାରା ୩ ଜଣିଆ କମିଟି ଏହାର ବିଚାର ପାଇଁ ଶ୍ରୀ ନାୟକଙ୍କୁ ବାରମ୍ବାର ନୋଟିସ ଜାରି କରି ଏଭଳି ଅଭିଯୋଗ ସଂପର୍କରେ କାରଣ ଦର୍ଶାଇବା ପାଇଁ ନୋଟିସ କରିଥିଲେ  । 
ନୋଟିସ ପାଇବା ପରେ ଆହୁରି ଉତକ୍ଷିପ୍ତ ହୋଇ ଆଇନଜୀବି ଶ୍ରୀ ନାୟକ ଫେସବୁକ ଆକାଉଣ୍ଟରେ କାଉନସିଲର କ୍ଷମତା ସଂପର୍କରେ ପ୍ରଶ୍ନ ଉଠାଇ ଶୃଙ୍ଖଳାଗତ କମିଟିରେ ହାଜର ହୋଇନଥିଲେ  । ଶୃଙ୍ଖଳାଗତ କମିଟି ସମସ୍ତ ତଥ୍ୟକୁ ଆଧାରକୁ ନେଇ ଆଇନଜୀବି ଶ୍ରୀ ନାୟକଙ୍କର କାର୍ଯ୍ୟକଳାପ, ଆଇନପେଶା ଓ ନ୍ୟାୟପାଳିକାର ବିଚାରବିଭାଗୀୟ ଅଧୀକାରୀଙ୍କ ସମ୍ମାନ ଓ ମର୍ଯ୍ୟାଦାରେ ଆଞ୍ଚ ଆଣୁଛି । ତେଣୁ ଏଭଳି ଆଚରଣ ଜନସାଧାରଣଙ୍କ ନ୍ୟାୟପାଳିକା ପ୍ରତି ଥିବା ବିଶ୍ୱାସନୀୟତାକୁ ହ୍ରାସ କରିବ । ଫେସବୁକରେ ଲେଖିଥିବା ସମସ୍ତ ପୋଷ୍ଟକୁ ଆଧାରକରି ଶୃଙ୍ଖଳାଗତ କମିଟି ଆସନ୍ତା ୨ ବର୍ଷ ଶ୍ରୀ ନାୟକଙ୍କର ବାର କାଉନସିଲ ଲାଇସେନ୍ସକୁ ସସପେଣ୍ଡ ପାଇଁ ଦେଇଥିବା ଆଦେଶକୁ ଭଦ୍ରକ ଜିଲ୍ଲାଜଜ ଓ ଆଡ଼ଭୋକେଟ ଜେନେରାଲ ଅଫିସକୁ ପଠାଇ ଦିଆଯାଇଛି । ଶ୍ରୀ ନାୟକ ଏହି ସମୟରେ ଓକିଲାତି ପେଶା କରିପାରିବେ ନାହିଁ ବୋଲି ଦର୍ଶାଯାଇଛି ।