ପଟ୍ଟାମୁଣ୍ଡାଇ ଆତ୍ମାହୁତି ଘଟଣା : ରିପୋର୍ଟ ପାଇଁ ଡିଜିଙ୍କୁ ଏନଏଚଆରସିର ନୋଟିସ୍
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ପଟ୍ଟାମୁଣ୍ଡାଇ ଜନୈକା ୧୯ ବର୍ଷୀୟା ଯୁବତୀଙ୍କ ଆତ୍ମାହୁତି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି । ସମ୍ପୃକ୍ତ ଯୁବତୀ ଜଣଙ୍କୁ ତାଙ୍କର ପୂର୍ବତନ ପୁରୁଷ ବନ୍ଧୁ ବାରମ୍ବାର ଧମକଚମକ ଦେଉଥିଲେ । ଏ ସମ୍ପର୍କରେ ଅଭିଯୋଗ ହେବାର ୬ ମାସ ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ପୁରୁଷ ବନ୍ଧୁ ତାଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ ଧମକ ଦେଉଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏନଏଚଆରସି ସ୍ୱତଃ ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଆୟୋଗ ହୃଦୟଙ୍ଗମ କରିଛନ୍ତି ଯେ, ଯଦି ପ୍ରକାଶିତ ଖବର ସତ୍ୟ ହୋଇଥାଏ, ତେବେ ଏହା ଗମ୍ଭୀର ମାନବାଧିକାର ଉଲ୍ଲଂଘନ ସହ ଜଡିତ ପ୍ରସଙ୍ଗ । ତେଣୁ ଏହି ମାମଲାରେ ତଦନ୍ତ ସ୍ଥିତି ସହିତ ବିସ୍ତୃତ ରିପୋର୍ଟ ଦୁଇ ସପ୍ତାହ ମଧ୍ୟରେ ଦାଖଲ କରିବା ଲାଗି ରାଜ୍ୟ ପୁଲିସ ମହାନିଦେ୍ର୍ଦଶକଙ୍କୁ ଏନଏଚଆରସି ନୋଟିସ ଜାରି କରିଛନ୍ତି ।