ରାଷ୍ଟ୍ରପତିଙ୍କୁ ଭେଟିଲେ ଅପରାଜିତା

 ଭୁବନେଶ୍ୱର  : ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ଭୁବନେଶ୍ୱର ସାଂସଦ ନିଜ ସୋସିଆଲ୍ ହ୍ୟାଣ୍ଡଲରେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତର ସୌଭାଗ୍ୟ ପ୍ରାପ୍ତ ହୋଇଥିବା ଉଲ୍ଲେଖ କରିଛନ୍ତି । ଦେଶର ପ୍ରଥମ ନାଗରିକଙ୍କୁ ମହାପ୍ରଭୁ ଜଗନ୍ନାଥ, ମାଆ ସୁଭଦ୍ରା ଏବଂ ପ୍ରଭୁ ବଳଭଦ୍ରଙ୍କ ଚିତ୍ର ଅଙ୍କିତ ଥିବା ଆମ ମାଟିର ପ୍ରସିଦ୍ଧ ବାଳକାଟିର କଂସା ଥାଳି ଉପହାର ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଦୀର୍ଘ ଓ ନିରାମୟ ଓ ସୁସ୍ଥ ଜୀବନ କାମନା କରିଛନ୍ତି ଭୁବନେଶ୍ୱର ସାଂସଦ । ଓଡ଼ିଶାର ବାଳକାଟିର କଂସା ଓ ପିତ୍ତଳ ବାସନର ସାରାଦେଶରେ ବେଶ୍ ନାଁ ରହିଛି । ନିଜ ମାଟିର କାରିଗରଙ୍କ ଏ ହସ୍ତକଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ତଥା ଓଡ଼ିଆ କାରିଗରଙ୍କ ହାତ ତିଆରି ସାମଗ୍ରୀକୁ ରାଷ୍ଟ୍ରପତିଙ୍କୁ ଉପହାର ଦେବା ମଧ୍ୟ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ବାଳକାଟିର କଂସା ତିଆରି ଥାଳି ଭୁବନେଶ୍ୱର ସାଂସଦ ରାଷ୍ଟ୍ରପତିଙ୍କୁ ଉପହାର ଆକାରରେ ଦେବା ଘଟଣା ବାଳକାଟିର କାରିଗରଙ୍କ ମଧ୍ୟରେ ବେଶ୍ ଉସôାହ ସୃଷ୍ଟି କରିଛି । ସାଂସଦଙ୍କ ଏପରି କାର୍ଯ୍ୟକୁ ବାଳକାଟି ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି । ରାଷ୍ଟ୍ରପତି ମଧ୍ୟ ନିଜ ମାଟିର ହସ୍ତଶିଳ୍ପର ସାମଗ୍ରୀ ଉପହାରକୁ ବେଶ୍ ଖୁସିର ସହିତ ଗ୍ରହଣ କରିଥିଲେ । ଏହି ଗସ୍ତ କାଳରେ ରାଷ୍ଟ୍ରପତିଙ୍କ ସହିତ ଭୁବନେଶ୍ୱର ସାଂସଦଙ୍କ ସାକ୍ଷାତ ସୌଜନ୍ୟମୂଳକ ରହିଥିଲା ।