ପରିସ୍ଥିତି ଓ ପଶ୍ଚାତାପ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ପରିସ୍ଥିତି ଓ ପଶ୍ଚାତାପକୁ ନେଇ କିଛି କଥା କ୍ଷ ସବୁଦିନ ଭଳି ଆଜିର ଅଳ୍ପ କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ, ବୁଝିବେ ବୋଲି ଆଶା ।
ଆମ ସମସ୍ତଂକ ଜୀବନରେ କଠିନ ପରିସ୍ଥିତି ଓ ପ୍ରତିକୂଳ ସମୟ ନିଶ୍ଚୟ ଆସେ । କାହା ଜୀବନରେ କେତେ ବେଳେ ଯେ ଆସେ, ସେକଥା କାହାରିକି ଗୋଚର ନଥାଏ । ଏଭଳି ପରିସ୍ଥିତିରେ ବା ସମୟରେ ବଡ କଲବଲ ଲାଗେ କ୍ଷ ହେଲେ ସେ କଲବଲିଆ କାଳରୁ ତ ପୁଣି ଉଠିବାକୁ ହେବ ।
ମନେ ରଖିଥିବେ ଆଜ୍ଞା, ଜୀବନର ସବୁଠାରୁ କଠିନ ତଥା ପ୍ରତିକୂଳ ସମୟରେ ମଣିଷକୁ ତିନିଟି ବିଷୟ ବଞ୍ଚେଇ ଦେଇଥାଏ । ପ୍ରଥମଟି ହେଲା ଧ÷ର୍ଯ୍ୟ, ଦ୍ୱିତୀୟଟି ହେଲା ସାହସ ଏବଂ ତୃତୀୟଟି ହେଲା ସମ୍ପର୍କ । ଆଉ ଏହି ତିନିଟି ଉପାଦାନ ଯାହା ପାଖରେ ନାହିଁ, ସିଏ ନିଜ ପାଇଁ ନିଜେ ହିଁ ସମସ୍ୟା । ନିଜ ପାଇଁ ନିଜେ ସମସ୍ୟା ହେବା ଠାରୁ ବଳି ଜଟିଳ ପରିସ୍ଥିତି ଆଉ କିଛି ନାହିଁ । ନିଜ ଆଚରଣକୁ ନେଇ ନିଜର ସବୁତକ ସମସ୍ୟା ଆସୁଥିବା ବେଳେ, ସମସ୍ୟାର ସମାଧାନ କରିବା ବେଳକୁ ପୁଣି କିଛି ଆଚରଣଗତ ଭୁଲ୍ କରିବା ବହୁ ଲୋକଙ୍କ ଠାରେ ଦେଖାଯାଏ ୟ ମଣିଷ ସୁଧୁରିଲେ ନିଜ ପାଇଁ ହିଁ ସୁଧୁରେ । ନ ସୁଧୁରିଲେ ପରିସ୍ଥିତିରେ ପଡ଼ିଲେ ପଶ୍ଚାତାପ କରି କରି ସରେ । ପରିସ୍ଥିତିରେ ପଡି ପଶ୍ଚାତାପ କରିବା ଅପେକ୍ଷା ବେଳ ଥାଉ ଥାଉ ସୁଧୁରିଯିବାଟା ଭଲ । ଏକଥା ପ୍ରତି ଆମକୁ ଧ୍ୟାନ ରଖିବାକୁ ପଡିବ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।