ପାଣିରେ ଗଲାଣି ୨୦୬୪ ଜୀବନ

ପାଣିରେ ଗଲାଣି ୨୦୬୪ ଜୀବନ

ଭୁବନେଶ୍ୱର : କଥାରେ କୁହାଯାଏ ଜୀବନ ହେଉଛି ପାଣି ଫୋଟକା । କେତେବେଳେ କେଉଁଠି ଜୀବନ ଚାଲିଯିବ ତାହା କେହି ଜାଣନ୍ତି ନାହିଁ । ତେବେ ଗତ ୩ ବର୍ଷ ମଧ୍ୟରେ ପାଣିରେ ବୁଡ଼ି ୨୦୬୪ ଜଣଙ୍କ ଜୀବନ ଚାଲିଯାଇଛି  । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ନଦୀ, ସମୁଦ୍ର ଓ ପୋଖରୀରେ ବୁଡ଼ି ଗତ ୩ ବର୍ଷରେ ୨୦୬୪ ଜଣ ମୃତ୍ୟୁବରଣ କରିଛନ୍ତି । କଟକରେ ସର୍ବାଧିକ ୨୫୨ ଜଣଙ୍କର ଜୀବନ ପାଣିରେ ଯାଇଥିବାବେଳେ ମୟୂରଭଞ୍ଜରେ ୨୫୧ ଓ କୋରାପୁଟରେ ୨୦୭ ଜଣ ମୃତ୍ୟୁ ବରଣ କରିଛନ୍ତି  ।
ସେହିପରି ବାଲେଶ୍ୱରରେ ୯୯, ଭଦ୍ରକରେ ୫୯, ଜଗତସିଂହପୁରରେ ୫୩, ଯାଜପୁରରେ ୪୦, କେନ୍ଦ୍ରାପଡ଼ାରେ ୮୫, ଖୋର୍ଦ୍ଧାରେ ୩୮, ନୟାଗଡ଼ରେ ୩୬, ପୁରୀରେ ୭୧ ଓ ସମ୍ବଲପୁରରେ ୮୬ ଜଣଙ୍କର ମୃତ୍ୟୁ ହୋଇଛି  । ଅପରପକ୍ଷରେ ବରଗଡ଼ରେ ୫୦, ବଲାଙ୍ଗୀରରେ ୨୦, ସୋନପୁରରେ ୯, ନୂଆପଡ଼ାରେ ୨୧, ବୌଦ୍ଧରେ ୮, କେନ୍ଦୁଝରରେ ୬୪, ଝାରସୁଗୁଡ଼ାରେ ୩୪, ସୁନ୍ଦରଗଡ଼ରେ ୮୭, ଅନୁଗୋଳରେ ୭୫, ଢେଙ୍କାନାଳରେ ୨୪, ଦେବଗଡ଼ରେ ୨୬, ଗଞ୍ଜାମରେ ୩୬, ଗଜପତିରେ ୩୦, କନ୍ଧମାଳରେ ୪୦, କଳାହାଣ୍ଡିରେ ୫୯, ରାୟଗଡ଼ାରେ ୫୨, ମାଲକାନଗିରିରେ ୫୦ ଓ ନବରଙ୍ଗପୁରରେ ୧୦୨ ଜଣଙ୍କର ମୃତ୍ୟୁ ହୋଇଛି  ।