ପାତ୍ରପଡ଼ାରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ
ରାଜଧାନୀ ରାସ୍ତାରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ । ପାତ୍ରପଡ଼ା ଭି-ଟୁ ସାମ୍ନାରୁ ଗୋରୁ ଗାଡି ଜବତ କରିଛନ୍ତି ଗୋ ସେବକ । ଗୋ ସେବକ ଗାଡ଼ିକୁ ଗୋଡେଇବାରୁ ଗାଡି ଛାଡ଼ି ଚାଳକ ଫେରାର ହୋଇଛନ୍ତି । ଗାଡ଼ିରେ ୧୩ରୁ ଉର୍ଦ୍ଧ୍ବ ଗୋରୁ ଥିବା ଜଣାପଡ଼ିଛି । ଗାଡିଟି ଯଦୁପୁରୁ ଯାଉଥିବା ସୂଚନା ମିଳିଛି । ତେବେ ଗାଡିଟିକୁ ଜବତ କରି ଗୋ ସେବକ ପୋଲିସ ଜିମା ଦେଇଛନ୍ତି ।