ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା
ନୂଆପଡା : ନୂଆପଡ଼ା ଜିଲ୍ଲା ମିଶନ ଶକ୍ତି ଭବନ ବୋଡ଼େନ ଠାରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମିଶନ ଶକ୍ତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି । ବିପିସି ବିଜୟ କୁମାର ଭିତ୍ରିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଡିଓ ସୁଶାନ୍ତ କୁମାର ରଣା, ସମ୍ମାନିତ ଅତିଥି ଭାବେ ସିଡିପିଓ ଅର୍ଚ୍ଚନା ରାଉତ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ,ଏସପାଇ ରେଶନାଲ ବ୍ଲକ ଫେଲୋ ରାକେଶ କୁମାର ଷଡ଼ଙ୍ଗୀ, ବିଏଲସି ସୁନିତା ସୁନା ପ୍ରମୁଖ ମଞ୍ଚାସୀନ ଥିଲେ । ସମୁଦାୟ ନଅ ଗୋଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ଶ୍ରୀମା’ ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରଥମ ସ୍ଥାନ ହାସଲ କରି ୫୦୦୦ ଟଙ୍କା ଏବଂ ବୋଡ଼ନ ମିଶନ ଶକ୍ତି ବିଏଲଏଫ୍ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ୪୦୦୦ ଟଙ୍କା ପୁରସ୍କୃତ ହୋଇଥିଲେ । ଏବଂ ଅନ୍ୟ ଗୋଷ୍ଠୀ ଗୁଡ଼ିକୁ ୫୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା ।