ପୂର୍ବ ସରକାରକୁ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ; କହିଲେ ପୋଲାଭରମ୍ ନାଁରେ ପିକନିକ୍ ଚାଲିଛି

ପୋଲାଭରମ୍ ପ୍ରକଳ୍ପକୁ ନେଇ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ବଳଭଦ୍ର ମାଝୀ କହିଛନ୍ତି, ବିଜେଡି ସରକାର ଅମଳରେ ପୋଲାଭରମକ ପ୍ରକଳ୍ପକୁ ଅମୁନୋଦନ ମିଳିଥିଲା । ଏବେ ବିଜେଡି ନେତାମାନେ କେବଳ ପିକନିକ୍ ପାଇଁ ମାଲକାନଗିରି ଯାଇଛନ୍ତି । ଥଇଥାନ ନହେବା ଯାଏଁ ପୋଲାଭରମ ପାଣି ମଡେଇ ଦିଆଯିବ ନାହିଁ ବୋଲି କହିଛନ୍ତି ନବରଙ୍ଗପୁର ସାଂସଦ ।